ଭଞ୍ଜନଗର ବିଧାୟକଙ୍କ ଦ୍ଵାରା ଇ-ରିକ୍ସା ବଣ୍ଟନ ।

0 296

ଭଞ୍ଜନଗର, ୧୫/୦୧(ପିପିଟି):ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ଭଞ୍ଜନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭଞ୍ଜନଗର ଉପଖଣ୍ଡର ପ୍ରତେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳର ଜୀବନ ଜୀବିକା ଯୋଜନାରେ ଚୟନ ହୋଇଥିବା ଭିନ୍ନକ୍ଷମ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି।କାର୍ଯ୍ୟକ୍ରମରେ ଭଞ୍ଜନଗର ବିଧାୟକ ପ୍ରଦ୍ଯୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଉପ ଜିଲପାଳ ଅନିଲ କୁମାର ସେଠୀ, ଅତିରିକ୍ତ ଉପ ଜିଲପାଳ ବିଶ୍ଵରଞ୍ଜନ କର ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ନାୟକ ଭିନ୍ନକ୍ଷମ ଭାଇଭଉଣୀ ହିତାଧିକାରୀଙ୍କୁ ଇ-ରିକ୍ସା ବଣ୍ଟନ କରିଥିଲେ । ଏଥିରେ ଭିନ୍ନକ୍ଷମ ଭାଇ ଭଉଣୀ ମାନେ ଉପକୃତ ହେବା ସହ ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ବୋଲି ବିଧାୟକ ପରିପ୍ରକାଶ କରିଥିଲେ । ଏଥିରେ ଭଞ୍ଜନଗର ଉପଖଣ୍ଡର ଭଞ୍ଜନଗର , ଜଗନ୍ନାଥପ୍ରସାଦ , ବେଲଗୁଣ୍ଠା,ସୋରଡା , ଆସିକା , ଧରାକୋଟ, ବୁଗୁଡା ଆଦି୭ଟି ବ୍ଲକ ଏବଂ ୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଭଞ୍ଜନଗର , ବେଲଗୁଣ୍ଠା,ସୋରଡା, ଆସିକା ଓ ବୁଗୁଡାର ୧୨ଜଣଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର , ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରି ଶଙ୍କର ଶତପଥୀ ଏବଂ ସାମ୍ବାଦିକ ବନ୍ଧୁମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ମୁକେଶ ଡାକୂଆ ଓ ଭାରତୀ ବିଷୋୟୀ ସହଯୋଗ କରିଥିଲେ ।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.