ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ ।

0 247

ମାଲକାନଗିରି, ୧୨/୦୧(ପିପିଟି) :ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୧୧ତାରିଗରେ ତର୍କ ଓ ସଙ୍ଗୀତ ପ୍ରତିଯୋଗିତା,୧୨ ତାରିଖରେ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରେମରେଖା ଭତ୍ରା ସଭାପତିତ୍ବ କରିଥିଲା ବେଳେ ବାଳକ ଜାତୀୟ ସେବା ଯୋଜନା ଅଧିକାରୀ ଗୌତମ ନାୟକ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ରୂପେ ଇଂରାଜୀ ବିଭାଗ ମୁଖ୍ୟ ଉମେଶ ଚନ୍ଦ୍ର ରାଉତ ଯୋଗଦାନ ଦେଇ ଜାତୀୟ ଯୁବ ଦିବସ ଉପରେ ମତବ୍ୟକ୍ତ କରିଥିଲେ।ମୁଖ୍ୟ ବକ୍ତା ଭାବେ ଅର୍ଥନୀତି ବିଭାଗ ର ପ୍ରାଧ୍ୟାପକ ଅଶୋକ ଷଡ଼ଙ୍ଗୀ ଉପସ୍ଥିତ ରହି ରାଷ୍ଟ୍ର ଗଠନରେ ଯୁବ ପିଢ଼ିଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ଅଧ୍ୟାପକ ପ୍ରମୀୟ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାବା ସହ ପ୍ରଦୀପ ପ୍ରଜ୍ବଳନ କରା ଯାଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ବେହେରା, ବି. ଗୁପ୍ତେଶ୍ୱର ରାଓ, ଆର. କ୍ରାନ୍ତି ସାଗର, ବିଘ୍ନେଶ୍ୱର ପୀଡିଷିକା, ସୁଶାନ୍ତ ମାଝୀ ତଥା ସମସ୍ତ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ଥିଲେ । ପରିଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଅଧ୍ୟାପକ ପ୍ରମିୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.