ପତଞ୍ଜଳି ଯୋଗ ସମିତି ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନିଷ୍ଠିତ ।

0 40

ସୁବର୍ଣ୍ଣପୁର ,୦୮/୦୧(ପିପିଟି) : ପତଞ୍ଜଳି ଯୋଗ ସମିତି ମେଣ୍ଡା ଓ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ମିଳିତ ପ୍ରୟାସରେ ଭାରତୀ ପାଠାଗାର ମେଣ୍ଡା ଠାରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ ରେ ମେଣ୍ଡା ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ରବୀନ୍ଦ୍ର ସାହୁ ଓ ଗ୍ରାମର ବରିଷ୍ଟ ନାଗରିକ ବାଲ ଗୋପାଳ ପଣ୍ଡା, ବିଦେଶୀ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଚକ୍ଷୁ ଏକ ପଞ୍ଚ ଇନ୍ଦ୍ରିୟ ର ମୁଖ୍ୟ ଅଂଶ ଓ ଏହାର ଉପଯୁକ୍ତ ଯତ୍ନ ବିଷୟ ରେ ଅତିଥି ମାନେ ଆଲୋଚନା କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲାର ଭାରତ ସ୍ବାଭିମାନ ପ୍ରଭାରୀ ମନୋଜ ପଣ୍ଡା, ମେଣ୍ଡା ଯୋଗ ସମିତି ସଂଯୋଜକ କଳା କାହୁଁ ସାହୁ, ସହ ସଂଯୋଜକ ନିରଞ୍ଜନ ଟାଲି, ସଞ୍ଜୟ ଯୋଶୀ, ଚନ୍ଦ୍ର ଶେଖର ଫରିକାର, ରୋହିତ ସାହୁ, ଓ ମେଣ୍ଡା ଯୋଗ ସମିତି ର ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଶିବିର ରେ ସହୟୋଗ କରି ଥିଲେ । ଏହି ଚକ୍ଷୁ ପରୀକ୍ଷା ଶିବିରରେ ୮୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ଓ ସେଥି ମଧ୍ୟରୁ ୨୫ ଜଣ ଙ୍କୁ ପଣ୍ଡାପାଲି ମହାନଦୀ ନେତ୍ର ଚିକିତ୍ସାଳୟ କୁ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିବା ସକାଶେ ପଠା ଯାଇଥିଲା । ଏହି ଶିବିର କୁ ଆଖି ଟେକ୍ନିସିଏନ ଧର୍ମରାଜ ନାୟକ, ମାନସ ସାହୁ, ବିକାସ କୁମାର୍ ପଣ୍ଡା ଓ ଦୈତାରି ଅମାତ ରୋଗୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ଆଗାମୀ ଦିନରେ ସଂଗଠନ ପକ୍ଷରୁ ଯୋଗ ର ପ୍ରଚାର ପ୍ରସାର ନିମନ୍ତେ ଅନେକ କାର୍ଯକ୍ରମ କୁ ହାତକୁ ନେବା ସଂଗେସଂଗେ ରକ୍ତ ପରୀକ୍ଷା ଶିବିର ଆୟୋଜନ କରିବାର କାର୍ଯକ୍ରମ ରହିଛି ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.