ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟିତ।

0 314

କୋଦଳା,୦୭/୦୧(ପିପିଟି):କୋଦଳା ଲଷ୍ମୀନାରାୟଣ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ପରିସରରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରଯୋଜିତ ଛାତ୍ରୀ ମାନଙ୍କର ଆତ୍ମା ସୁରକ୍ଷା ତାଲିମ ନିମନ୍ତେ ପ୍ରଶିକ୍ଷଣ ଶିବିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଦତ୍ତାରାମ ବିଶୋଇଙ୍କ କର କମଳରେ ଉଦଘାଟିତ ହୋଇଯାଇଛି । ଏହି ତାଲିମ ଶିବିରର ସଠିକ ବିନିଯୋଗ କରି ନିଜର ଶାରୀରିକ ତଥା ବୌଦ୍ଧିକ ସ୍ତିତିକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ ଅଧ୍ୟକ୍ଷ । ବିଦ୍ୟାଳୟର ଅନ୍ୟତମ ବରିଷ୍ଠ ଇଂରାଜୀ ଅଧ୍ୟାପକ କାଳିନ୍ଦୀଚରଣ ଦାଶ ମହିଳା ମାନେ ନିଜକୁ ବଞ୍ଚାଇବା ପାଇଁ ଶିବିରର ସଠିକ ତାଲିମ ଗ୍ରହଣ କରି କିପରି ଆତ୍ମ ରକ୍ଷା କରିବେ ଛାତ୍ରୀ ମାନଙ୍କୁ ଅବଗତ କରାଇ ଥିଲେ । ଆୟୋଜିତ ୮ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମକୁ ନିଜ ଦୈନଦିନ ଜୀବନରେ ସକାରାତ୍ମକ ରୂପେ ସଦୁପଯୋଗ କରିବା ନିମନ୍ତେ,ଏହି କାର୍ଯ୍ୟକ୍ରମର ସଂଯୋଜିକା ତଥା ଇତିହାସ ଅଧ୍ୟାପିକା ସନ୍ଧ୍ୟାରାଣୀ ତରାଇ ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହା ସହ ବିଧ୍ୟାଳୟର ଅଧ୍ୟାପକ ପଞ୍ଚାନନ ଦାସ, ରୋହିତ କୁମାର ବାରିକ, ଆଶୁତୋଷ ସାହୁ, ଅଧ୍ୟାପିକା ପ୍ରିୟଙ୍କା ସାହୁ, ପ୍ରିୟଙ୍କା ପ୍ରିୟଦର୍ଶନୀ ଏବଂ ସୁଦଷ୍ଣ| ପ୍ରଧାନ ଏହି ତାଲିମ ଶିବିରର ବିଭିନ୍ନ ଦିଗ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଆଲୋକପାତ କରାଇଥିଲେ । ପ୍ରଶିକ୍ଷିକା କଲ୍ୟାଣୀ କୁମାରୀ ପଣ୍ଡା ଏବଂ ଭାରତୀ ଗୌଡ଼ ସମସ୍ତ ଛାତ୍ରୀମାନଙ୍କୁ ତାଲିମର ବିଭିନ୍ନ ପ୍ରାଥମିକ ନିୟମ ବିଷୟରେ ଅବଗତ କରାଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.