ଗାଡ଼ି ଡିକି ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ ।

0 21

ସିମୁଳିଆ,୧୨/୧୨:ମାର୍କୋଣା ବସ ଷ୍ଟାଣ୍ଡ ବଜାର ନିକଟରେ ମହିଳାଙ୍କ ଗାଡି ଡ଼ିକି ଭାଙ୍ଗି ଦୁର୍ବୁର୍ତ୍ତ ମାନେ ଟଙ୍କା ଲୁଟିନେବା ଘଟଣା ସିମୁଳିଆ ଥାନାରେ ଅଭିଯୋଗ ହୋଇଥିବା ଜଣାଯାଇଛି । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତର ଆନନ୍ଦପୁର ଗ୍ରାମର ଗୋପାଳ ଦାସଙ୍କ ସ୍ତ୍ରୀ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ ଅନୁଯାୟୀ ମାର୍କୋଣା ଷ୍ଟେଟବ୍ୟାଙ୍କରୁ ୪୯ହଜାର୯ଶହ ଟଙ୍କା ଉଠାଣ କରି ନିଜ ସ୍କୁଟିରେ ରଖି ମାର୍କୋଣା ବସ ଷ୍ଟାଣ୍ଡରେ ଥିବା ଏକ ମିଠା ଦୋକାନକୁ ଆଣିବାକୁ ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କ ସ୍କୁଟିର ଡିକି ଭାଙ୍ଗି କେହି ଦୁର୍ବୁର୍ତ୍ତ ସେହି ଟଙ୍କା ଲୁଟି ନେଇଥିବା ଦେଖିବାକୁ ପାଇଥିଲେ । ଅନ୍ୟ ଉପାୟ କିଛି ନ ପାଇ ସୁଚିସ୍ମିତା ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

Leave A Reply

Your email address will not be published.