କୋଦଳା,୩୦/୧୧(ପିପିଟି): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ପରିସରରେ ଆଜି ପ୍ରବାସୀ ଶ୍ରମିକଙ୍କୁ ନୂତନ ରାସନ୍ କାର୍ଡ ଓ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ବିଡିଓ ସସ୍ମିତା ଶତପଥି, ଏବିଡିଓ ନିରଞ୍ଜନ ବେହେରା, ବିଏସଏସଓ ଦୁର୍ଗାପ୍ରସାଦ ପଣ୍ଡା , ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ, ଉପାଧ୍ୟକ୍ଷ ସୁଧାକର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାସନ୍ କାର୍ଡ ଓ ଭତ୍ତା ବଣ୍ଟନ କରିଥିଲେ । ସୂଚନା ଅନୁଯାଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶାଙ୍କ ଆନୁକୁଲ୍ୟରେ ୩୦୧ ଜଣ ହିତାଧିକାରୀଙ୍କୁ ମଧୁବାବୁ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ନୂତନ ଭତା ବଣ୍ଟନ କରାଯାଇଥିଲା । ଏଥିସହିତ ୨୦୭୨ ଜଣ ପ୍ରବାସୀ ଶ୍ରମିକଙ୍କୁ ନୂତନ ରାସନ୍ କାର୍ଡ ମଧ୍ୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।
ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ