ଜିଲ୍ଲା ସ୍ତରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ ।

0 270

ଯାଜପୁର,୨୭/୧୧: ନୂଆଦିଲ୍ଲୀର ବିଜ୍ଞାନ ଭବନରେ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଅନୁପମା ଦେବୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ବେଳେ ଏପଟେ ଓଡ଼ିଶାର ଯାଜପୁର ଜିଲ୍ଲାର ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଜିଲ୍ଲାସ୍ତରୀୟ ବାଲ୍ୟବିବାହ ମୁକ୍ତ ଭାରତ ଅଭିଯାନ ଯାଜପୁର ଜିଲ୍ଲା ପ୍ରଶାସନ ଓ ରୁଚିକା ସମାଜ ମଙ୍ଗଳ ସଂଗଠନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି. ଏହି ପରିପ୍ରେକ୍ଷୀରେ ଏକ ବିଶାଳ ଶୋଭାଯାତ୍ରା ଓ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସମାଜ କଲ୍ଯାଣ ଅଧିକାରୀ ସବିତା ଚ୍ୟାଉପଟ୍ଟନାୟକ ସଭାପତିତ୍ବ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶୁଭେନ୍ଦ୍ର କୁମାର ସାମଲ ଯୋଗଦେଇ ଏକ ବିଶାଳ ମହମବତୀ ଶୋଭାଯାତ୍ରାର ଶୁଭରମ୍ଭ କରିଥିଲେ,ମୁଖ୍ୟ ଅତିଥି ବକ୍ତବ୍ୟରେ କହିଲେ କି ଅଂଶୀଦାର ସମୂହଙ୍କ ମଧ୍ୟରେ ଉତ୍ତମ ସମ୍ମନ୍ୱୟ ରହିଲେ ଯାଜପୁର ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ ସମ୍ଭବ ହୋଇପାରିବ। ଅନ୍ୟ ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ଅଂଶୁମାନ ଶତପଥି ବାଲ୍ୟ ବିବାହର କୁପରିଣତି ବିଷୟରେ ଅଂଶ ଗ୍ରହଣଙ୍କାରିଙ୍କ ଉଦ୍ଦେଶ୍ୟରେ ମତ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ବାଲ୍ୟ ବିବାହ ସମ୍ପର୍କିତ ବକ୍ତବ୍ୟ ରଖିଥିଲେ।,ଜିଲ୍ଲା ପକଳ୍ପ ସଂଯୋଜକ, ମିଶନ ଶକ୍ତି,ସୀତାଂଶୁ ଶେଖର ସାହୁ, ଭାରପ୍ରାପ୍ତ ଅଧିକାରୀ ଟାଉନ ଥାନା, ଯାଜପୁର ଶରତ ଚନ୍ଦ୍ର ପାତ୍ର ଓ ରୁଚିକା ସମାଜ ମଙ୍ଗଳ ସଂଗଠନର ଜିଲ୍ଲା ସଂଯୋଜକ ଦେବପ୍ରସାଦ ପାଠକ ଓ ଅନ୍ୟତମ ସଂଯୋଜକ ଶୁଭସ୍ମିତ ମହାନ୍ତି,ଶ୍ରୀଧର ସାହୁ,ନିରଞ୍ଜନ ମହାରଣା,ସସ୍ମିତା ସାହୁ,ଅରୁଣ ଦାସ, ପ୍ରତାପ ନାୟକ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ୩୦୦ ରୁ ଉର୍ଦ୍ଧ୍ବ ମହିଳା ଓ ମିଶନ ଶକ୍ତି କର୍ମକର୍ତ୍ତା ମହମ ବତୀ ଶୋଭାଯାତ୍ରା କରିବାସହ ବାଲ୍ୟ ବିବାହ ମୁକ୍ତ ଉଦ୍ଦେଶ୍ୟରେ ଶପଥ ପାଠ କରିଥିଲେ। କାର୍ଯ୍ୟ କ୍ରମରେ ଆକ୍ସନଏଡ଼ର ରୋଜାଲିନ ପଣ୍ଡା ଓ ଚାଇଲ୍ଡ ହେଲ୍ପଲାଇନର ସଂଯୋଜକ ବରେନ୍ଦ୍ର ଦାଶ ଓ ଶିଶୁ ସୁରକ୍ଷା ୟୁନିଟର କର୍ମଚାରୀ ଉପସ୍ଥିତ ରହିଥିଲେ.ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଧନ୍ଯ ବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.