ପୋଲସରା, ୨୭/୧୧(ପିପିଟି):ଯୁବ ଆଇନଜୀବୀ ତଥା ନିକଟସ୍ଥ ମଥୁରା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ନାୟକ (ଲିଟୁ)ଙ୍କର ଆଜି ସକାଳେ ବିଶାଖାପାଟଣାର ଗୋଟିଏ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୧ ବର୍ଷ ହୋଇଥିଲା । ସେ ଶ୍ରୀ ନାୟକ ୨୦୧୭ ମସିହାରେ ରେ ଅନୁଷ୍ଠିତ ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ରେ ମଥୁରା ଗ୍ରାମ ପଞ୍ଚାୟତ ସରପଞ୍ଚ ଭାବେ ନିର୍ବାଚିତ ହୋଇ ବହୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ। ସେ ମଧ୍ୟ ମଥୁରା ସେବା ସମବାୟ ସମିତିର ସଭାପତି ନିର୍ବାଚିତ ହୋଇ ଚାଷୀ ମାନଙ୍କ ହିତରେ କାର୍ଯ୍ୟ କରିଥିଲେ। ବିଶିଷ୍ଟ କଂଗ୍ରେସ ନେତା ତଥା କୋଦଳା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କାହ୍ନୁଚରଣ ନାୟକଙ୍କ ପୁତ୍ର ପ୍ରଦୀପଙ୍କ ମୃତ୍ୟୁ ରେ ମଥୁରା ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। ତାଙ୍କ ଶବଯାତ୍ରା ରେ ଶହ ଶହ ଲୋକ ସାମିଲ ହୋଇ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା)