କୃଷକ ଓ ଶ୍ରମିକଙ୍କ ଚେତାବନୀ ସମାବେଶ ।

0 290

ବ୍ରହ୍ମପୁର,୨୬/୧୧(ପିପିଟି):କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ସମୁହ ଓ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପି. ହରି କୃଷ୍ଣ ରେଡ୍ଡୀ, ଶ୍ରୀହର୍ଷ ରଥ, ପ୍ରତାପ ଚୈଧୁରୀ, ନିରାକାର ନାୟକ, ଟୁନା ମଲ୍ଲିକ ଓ ଭୋକିଲି ସେଠିଙ୍କ ସଭାପତି ମଣ୍ଡଳୀରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର (ବ୍ରହ୍ମପୁର )ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୧୨ ଦଫା ଦାବୀ ନେଇ ମୋଦି ସରକାର ଙ୍କ କପୋର୍ରେଟ ର -ସାମ୍ପ୍ରଦାୟିକତା ନୀତି ବିରୁଦ୍ଧରେ ରେ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ (ସିଟୁ )ପକ୍ଷରୁ ଶିବ ରାମ ମହାପାତ୍ର, ରାଜା ରାଓ,ଏଆଇଟିୟୁସିର ପ୍ରଦୀପ ସେଠି, ଅଳକନାଥ ମିଶ୍ର, ପ୍ରବୀଣ ଦାସ,ଟ୍ରେଡ ୟୁନିଅନ ସେଣ୍ଟର ଅଫ୍ ଇଣ୍ଡିଆ (ଟି. ୟୁ. ସି. ଆଇ) ପକ୍ଷରୁ ରାମଚନ୍ଦ୍ର ବାଡତ୍ୟା, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା (A.I.K.K.S)ର ପି ଯୋଗେନ୍ଦ୍ର, ଶାନ୍ତି ନାୟକ, Aiftu(new) ପକ୍ଷରୁ ପବନା ଶବର, ଶିଵା ନାୟକ, ଅଖିଳ ଭାରତ କୃଷକ ସଭା ପକ୍ଷରୁ ନୀଳକଣ୍ଠ ଦାସ. ରାଜୀବ ଲୋଚନ ପଣ୍ଡା,କୈଳାଶ ପାତ୍ର,ପଞ୍ଚାନନ ସ୍ୱାଇଁ, ଓଡିଶା କୃଷକ ସଭା ପକ୍ଷରୁ କୈଳାଷ ଷଡ଼ଙ୍ଗୀ,ଗୋପାଳ କୃଷ୍ଣ ପାଣି ଗ୍ରାହୀ,ଅଜୟ ଗୌଡ଼,ବିଜୟ ବିଷୋୟୀ, ଗଦାଧର ରେଡ୍ଡୀ, ସୁଶୀଲ ପ୍ରଧାନ, ଅଖିଳ ଭାରତୀୟ କ୍ଷେତ ମଜୁଦୂର କିଷାନ ସଭା ପକ୍ଷରୁ କୈଳାଶ ମଲ୍ଲିକ, ରଞ୍ଜନ ଶବର,କ୍ଷେତ ମଜୁଦୂର ସଂଗଠନର ସିମାଞ୍ଚଳ ସାହୁ,ପଦ୍ମ ନାଭ ପ୍ରଧାନ, ମାନବାଧିକାର ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଚେତାବନୀ ସମାବେଶରେ ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଦାବୀ ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ ଗଢିତୋଳିବା ହେବ ବୋଲି ଚେତାବନୀ ଦେଇ ଥିଲେ। ଏକ ପ୍ରତନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ବ୍ରହ୍ମପୁରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।

Leave A Reply

Your email address will not be published.