କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ।

0 246

ବାଲିଆପାଳ,୨୬/୧୧: ବାଲିଆପାଳ ବ୍ଲକ ଅନ୍ତର୍ଗତ ଜଗାଇ ଠାରେ ଥିବା କୃଷ୍ଣଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଆଜି ୭୫ ତମ ସମ୍ବିଧାନ ଦିବସ ଅଧ୍ୟକ୍ଷା ଡ଼ ହରପ୍ରିୟା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ବକ୍ତା ଭାବେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ପ୍ରଭାତ କୁମାର ଜେନା, ସମ୍ମାନିତ ଅତିଥିଭାବେ ଗଣିତ ବିଭାଗ ଅଧ୍ୟାପକ କମଳାକାନ୍ତ ପ୍ରଧାନ, ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟାପକ ବିଜୟ କୁମାର ଜେନା,ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶାନ୍ତିଲତା ଦାସ, ଜାତୀୟ ସେବା ଶିବିର ମୁଖ୍ୟ ପରିଚାଳକ ଅଧ୍ୟାପକ ଆଶିଷ କୁମାର ଓଝାଙ୍କୁ ମଞ୍ଚକୁ ଆହ୍ୱାନ କରିଥିଲେ ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ଦୟାନିଧି ସାହୁ । ପ୍ରଥମେ ସମ୍ବିଧାନ ପ୍ରଣେତା ଆଦରଣୀୟ ବାବା ସାହେବ ଆମ୍ବେଦକର ଓ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ସଭାପତି ସ୍ୱାଗତ ଭାଷଣରେ ଆଜି ଦିବସର ଉଦ୍ଦେଶ୍ୟ ସମ୍ବନ୍ଧରେ ସୂଚନା ଦେଇଥିବା ବେଳେ ମୁଖ୍ୟ ବକ୍ତା ଆମ ସମ୍ବିଧାନ କିପରି ଆମ ଦେଶର ସମ୍ମାନ ଉପରେ ବିଶେଷ ଆଲୋଚନା କରିଥିବା ବେଳେ ମଂଚାସୀନ ଅତିଥି ସମ୍ବିଧାନର ଆବଶ୍ୟକତା ସମ୍ବନ୍ଧରେ ନିଜର ମତ ରଖିଥିଲେ । ଅଧ୍ୟାପକ ରାଜୀବ ଲୋଚନ ମାଝୀ, ରାଧାକାନ୍ତ ମହାନ୍ତି, ଅଭିଳାଷ ବେହେରା, ସନ୍ତୋଷ କୁମାର ମାହାନା, ସମେତ ଅଧ୍ୟାପିକା ସସ୍ମିତା ସିଂ, ମନ୍ନୋସିନୀ ଆଚାର୍ଯ୍ୟ ଓ ଅନ୍ୟ କର୍ମଚାରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ସମ୍ବିଧାନ ସମ୍ବନ୍ଧରେ ବିଭିନ୍ନ ପ୍ରତିଯୋଗିତାମାନ କରାଯାଇ କୃତି ଛାତ୍ର ଛାତ୍ରୀଙ୍କୁ ସମ୍ମାନିତ କରାଯାଇ ଥିଲା । ଯୁବ ରେଡ କ୍ରସ ଓ ଜାତୀୟ ସେବା ଶିବିର ଆନୁକୂଲ୍ୟରେ ପରିଚାଳିତ କରାଯାଇଥିବା ହେତୁ ପରିଶେଷରେ ଅଧ୍ୟାପକ ଆଶିଷ କୁମାର ଓଝା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ସେହିପରି ଲକ୍ଷ୍ମୀପ୍ରିୟା ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଅନ୍ନପୂର୍ଣ୍ଣା ମଲ୍ଲିକଙ୍କ ସଭାପତିତ୍ବରେ ମହାବିଦ୍ୟାଳୟ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।

Leave A Reply

Your email address will not be published.