“ବଡ଼ବଡୁଆ ଅନ୍ଧାରରେ ଆସି ଆଲୁଅ ରେ ଯାଅ”

0 322

ବୋଲଗଡ଼,୩୧/୧୦(ପିପିଟି):ପ୍ରତେକ ପୁରପଲ୍ଲୀ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଆଲୋକରପର୍ବ ଦୀପାବଳି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଉଛି।ଏହି ଆଲୋକର ପର୍ବ ପ୍ରତ୍ୟେକ ଓଡ଼ିଆଜାତି ଉଦ୍ଦୀପନାର ସହିତ ପାଳନ କରିଆସୁଅଛି,ଏହି ପର୍ବର ମହତ୍ୱ ବହୁ ଆଦିମ କାଳରୁ ପ୍ରଚଳିତ ଓ ପାଳିତ ହୋଇ ଆସୁଅଛି ମଧ୍ୟ।ଏହି ପର୍ବରେ ଘରେଘରେ ବିଭିର୍ଣ୍ଣ ପିଠାପଣାର ବାସ୍ନାରେ ଗାଁ ଦାଣ୍ଡ ମହକି ଯାଉଛି।ପରସ୍ପର ମଧ୍ୟରେ ଭାଇଚାରର ସମ୍ପର୍କରେ ବଡ଼ବଡୁଆଙ୍କୁ ଦୀପଦାନ କରି

ସ୍ୱର୍ଗ ପ୍ରାପ୍ତି କରାଇବା ଏହାର ମୂଳ ତାତ୍ପର୍ଯ୍ୟ ବୋଲି ଲୋକମତ ରହିଆସିଅଛି।ସେହିପରି ଏକ ଦୀର୍ଘତମ ଲୋକକଥା ରହିଆସିଅଛି ଯେ ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମ ଚନ୍ଦ୍ର ଦଶାନନ ଲଙ୍କେଶ ରାବଣକୁ ବିନାଶ କରି ଅଯୋଧ୍ୟାକୁ ଆଗମନ କରିଥିଲେ।ସେହି ଖୁସିରେ ଅଯୋଧ୍ୟାବାସୀ ଆନନ୍ଦ ଓ ଉଲ୍ଲାସର ସହିତ ସାରାନଗରୀ ଦୀପରେ ଆଲୋକିତ କରି ଭଗବାନଙ୍କୁ ସ୍ୱାଗତ ଓ ସମ୍ଭାଷଣ କରିଥିଲେ।ସେହି ପରମ୍ପରାକୁ ଆଜି ପର୍ଯ୍ୟନ୍ତ ଓଡ଼ିଆ ଜାତି ଭୁଲି ପାରିନାହିଁ।ଏହି ପୁରାଣ ବର୍ଣ୍ଣିତ କଥା ଆଧାରକୁ ପାଥେୟ କରି ଓଡ଼ିଆ ତାର ସ୍ୱାଭିମାନକୁ ବଞ୍ଚାଇ ରଖିଛି।ଅପରପକ୍ଷେ ମହାପୁରୁଷ ମହାମନିଷୀ ମାନଙ୍କୁ ଦୀପ ଓ କାଉଁରିଆ କାଠି ଜାଳି “ବଡ଼ବଡୁଆ ଅନ୍ଧାରରେ ଆସି ଆଲୁଅରେ ଯାଅ,ବାଇଶି ପାହାଚରେ ଗଡି ଆମ୍ଭମାନଙ୍କୁ ଅମୃତ ଦୃଷ୍ଟିରେ ଚାହିଁଥା” ଇତ୍ୟାଦି କହି ବଡ଼ବଡୁଆଙ୍କୁ ସ୍ୱର୍ଗପ୍ରାପ୍ତି ନିମନ୍ତେ ମେଲାଣି ଦିଆ ଯାଇଥିବାର ପୁରୁଣା ପ୍ରବାଦ ରହିଆସିଅଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.