ଭୁବନେଶ୍ୱର,୩୧/୧୦(ପିପିଟି): ଆଜି ଆଲୋକର ପର୍ବ ଦୀପାବଳି । ଗାଁଠୁ ସହର ସବୁ ଚଳଚଞ୍ଚଳ। ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘର । ଆନନ୍ଦ,ଆଲୋକ,ଉତ୍ସାହ,ସୁଖ, ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଏହି ଅବସରରେ ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ବ୍ରହ୍ମବରଦା ଥାନା ଅଧିକରିଣୀ ଅଂଶୁମାଳା ଦାସ । ଦୀପାବଳି ଆପଣଙ୍କ ପରିବାରରେ ଆନନ୍ଦ ଓ ଉଲ୍ଲାସ ଭରିଦେଉ ବୋଲି କହିଛନ୍ତି ଅଂଶୁମାଳା । ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନଦ୍କାର ଦୂର ହେଉ ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଛୁରିତ ହେଉ ବୋଲି କାମନା କରିଛନ୍ତି ଅଂଶୁମାଳା ।