ବାରହା ଶିକାର ପାଇଁ ଫାସ ବସାଉଥିବା ବେଳେ ଚଢ଼ାଉ,ଜଣେ ଶିକାରୀ ଗିରଫ, ୪ ବଣ୍ଡଲ ତାର ଜବତ ।

0 222

ନାକଟିଦେଉଳ,୨୯/୧୦: ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟପ୍ରାଣୀ ଅଭୟରଣ୍ୟ ଅଧୀନ ନାକଟିଦେଉଳ ବ୍ଲକ କିସିଣ୍ଡା ବନ୍ୟପ୍ରାଣୀ ରେଞ୍ଜ ପକ୍ଷରୁ ଚଢ଼ାଉ କରାଯାଇ ହିକପାଲି ଜଙ୍ଗଲ ଭିତରେ ବାରହା ଶିକାର ପାଇଁ ଜଙ୍ଗଲ ଭିତରେ ଫାସ ବସାଉ ଥିବା ବେଳେ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି । ଏଥି ସହିତ ଘଟଣା ସ୍ଥଳରୁ ବାଇକରେ ଲାଗୁଥିବା ୪ ବଣ୍ଡଲ କ୍ଲୋଜ ତାର ମଧ୍ୟ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ନାକଟିଦେଉଳ ବ୍ଲକ ସରାପାଲି ଗ୍ରା.ପ. ଅନ୍ତର୍ଗତ ହିକପାଲି ଗ୍ରାମର କାର୍ତ୍ତିକ ନାଗ (୫୦) । ହିକପାଲି ଜଙ୍ଗଲ ଭିତରେ କେତେକ ଶିକାରୀ ଜନ୍ତୁ ଶିକାର ପାଇଁ ଫାସ ବସାଉଥିବା ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଭୁବନେଶ୍ୱର ପାଣି, ଫରେଷ୍ଟର ଅଶୋକ କୁମାର କିସାନ ଏବଂ ଫରେଷ୍ଟ ଗାର୍ଡ ନିହାର ରଞ୍ଜନ ବଡ଼ପଣ୍ଡା ପ୍ରମୁଖ ସୋମବାର ଭୋର ୪ ଟା ସମୟରେ ହିକପାଲି ଗ୍ରାମ ନିକଟ କଙ୍କରଖୋଳ ଜଙ୍ଗଲରେ ଚଢ଼ାଉ କରି ଘଟଣା ସ୍ଥଳରୁ ଫାସ ବସାଉ ଥିବା ଶିକାରୀ କାର୍ତ୍ତିକ ନାଗଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଫାସ ତାର ଜବତ କରିଥିଲେ । ଗିରଫ ଶିକାରୀଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯାଇଛି ବୋଲି ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ କହିଛନ୍ତି ।

Leave A Reply

Your email address will not be published.