ବାଣ ପ୍ରସ୍ତୁତ ବେକେ ବିସ୍ଫୋରଣ: ଜଣେ ଗୁରୁତର ।

0 640

ଭଞ୍ଜନଗର, ୨୮/୧୦(ପିପିଟି):ତାରସିଂ ଥାନା ଲେମ୍ଭେଇ ଗ୍ରାମରେ ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଗୁରୁତର ହୋଇଛନ୍ତି। ଶଙ୍କର ପାତ୍ର (୬୦) ଓ ତାଙ୍କ ପତ୍ନୀ ସେହି ଗ୍ରାମରେ ଏକ ଦୋକାନ କରି ଚଳୁଥିଲେ।ହେଲେ  ସେମାନଙ୍କ କୌଣସି ପିଲାଛୁଆ ନଥିବା ବେଳେ ଶଙ୍କରଙ୍କ ପତ୍ନୀ ଜଣେ ପକ୍ଷାଘାତ ରୋଗୀ ହୋଇଥିଲେ ମଧ୍ୟ କୌଣସି କାମରେ ସେ ଫୁଲବାଣୀ ଯାଇଥିଲେ।ଆଜି ସକାଳେ ଘରେ କେହି ନ ଥିବା ବେଳେ ଶଙ୍କର ଦୀପାବଳି ସକାଶେ ବ୍ୟବସାୟ ଉଦ୍ଦେଶ୍ୟରେ କିଛି ବାଣ ପ୍ରସ୍ତୁତ କରୁଥିବା ବେଳେ ହଠାତ୍ ତାହା ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟିଥିଲା।ଫଳରେ ଶଙ୍କରଙ୍କ ଦୁଇ ହାତରେ ଗଭୀର ଆଘାତ ଲାଗିଥିଲା।ଖବର ପାଇ ସାହି ପଡ଼ିଶା ଓ ସମ୍ପର୍କୀୟମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ।ଏଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।ଏସଂକ୍ରାନ୍ତରେ ତାରସିଂ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ବେଳେ ପୋଲିସ ନିଜ ଆଡୁ ୩୧୭/୨୪ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ତାରସିଂ ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ କହିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.