ଦୀପାବଳି ପୂର୍ବରୁ ଲକ୍ଷାଧିକ ଟଙ୍କାର ବାଣ ଜବତ।

0 318

ବୋଲଗଡ଼,୨୭/୧୦(ପିପିଟି ): ଆଉ କେତେଟା ଦିନ ପରେ ଆଲୋକର ପର୍ବ ଦିପାବଳି ପାଳିତ ହେବାକୁ ଯାଉଛି । ବାତ୍ୟା ‘ଦାନା ‘ ଟଳିବା ପରେ ଦୀପାବଳି ଉତ୍ସାହର ସହ ପାଳନ ହେବା ପାଇଁ ବୋଲଗଡ ଅଞ୍ଚଳରେ ଚାଲିଛି ଜୋରଦାର ପ୍ରସ୍ତୁତି । ଏଭଳି ସ୍ତରରେ ମାତିଛନ୍ତି ଅସାଧୁ ବାଣ ବେପାରୀ । ଯାହାକି ଦେଖି ବାକୁ ମିଳିଛି ବୋଲଗଡ ଥାନା ଅଞ୍ଚଳର ବଡ କୁମାରୀ ପଞ୍ଚାୟତ ଅନ୍ତର୍ଗତ ରାଜସୁନାଖଳା କାଉଁରୀପାଟଣା ସାହିରେ । ଉକ୍ତ ସାହିରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବାଣ ଜବତ କରିଛନ୍ତି । ୨ ଗୋଟି ୪୦୭ ବୋଝେଇ ଟ୍ରକରେ ବୋଝେଇ ବାଣ ଜବତ କରିଛି l ଜବତ ହୋଇଥିବା ବାଣ ଗୁଡିକ ମଧ୍ୟରେ ସୁରୁସୁର ବାଣ, କୁମ୍ପି ବାଣ, ରକେଟ ବାଣ, ତାଳଫୋଟକା ବାଣ, ଚକ୍ରୀ ବାଣ, ନଡ଼ିଆ ବମ, ତୋପ ବାଣ, ହାବେଳୀ ବାଣ, ଟିକିଲି ବାଣ, ରସୁଣ ବାଣ, ଦେଶୀବମ ବାଣ ଆଦି ବିଭିନ୍ନ ପ୍ରକାରର ନାନାଦି ବାଣ ଜବତ ହୋଇଛି l ଯାହାର ଆନୁମାନିକ ମୂଲ୍ୟ ହେଉଛି ଲକ୍ଷାଧିକଟଙ୍କା ରୁ ଉର୍ଦ୍ଧ୍ୱ ବୋଲି ଜଣା ପଡିଛି ।

ସୂଚନା ଯୋଗ୍ୟ ଆଜି ଏସପି ସାଗରିକା ନାଥ ବିଶେଷ ସୂତ୍ରରୁ ବୋଲଗଡ ଥାନା କାଉଁରିପାଟଣା ସାହିରେ ଚୋରାରେ ବାଣ ପ୍ରସ୍ତୁତ ହେଉଥିବା ବିଶେଷସୂତ୍ରରୁ ଖବର ପାଇଥିଲେ । ଖୋର୍ଦ୍ଧା ଏସ୍ପିଙ୍କ ଠାରୁ ଖବରପାଇବା ପରେ ବୋଲଗଡ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳଙ୍କ ନେତୃତ୍ୱରେ ଚୋରାରେ ବାଣ ପ୍ରସ୍ତୁତ ହେଉଥିବା ଗ୍ରାମରେ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ବୋଲଗଡ ଥାନା ଓ ବାଂକୋଇ ଫାଣ୍ଡି ମିଳିତ ଭାବେ ସାମିଲ ହୋଇଥିଲେ । ଏସଆଇ ଲିଲି, ପାଢ଼ୀ, ଏସଆଇ ପ୍ରସନ ଦଳାଇ,ବାଂକୋଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଏସଆଇ ତୁଷାରକାନ୍ତ ନାୟକ ସଦଳବଳେ ଚଢ଼ାଉ କରି ଜବତ କରିଛନ୍ତି ।ଏହି ସଂକ୍ରାନ୍ତରେ ୨ ଗୋଟି କେଶ୍ ୨୯୮/୨୪ ଓ ୨୫୯/୨୪ ନମ୍ବର ରେ ମାମଲା ରୁଜୁ କରି ୨ ଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରହିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.