ହରଭଙ୍ଗା,୧୯/୧୦:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦରମହକୁମା, ଚାରିଛକ ଠିଡିକାଜୋର ହାଟପଦା ସାହିରେ ସାପ,କାମୁଡ଼ାରେ ଦୁଇ ବାପ,ଝିଅଙ୍କ ମୃତ୍ୟୁ ଭଳି ଦୁଃଖଦ ଘଟଣା ଘଟିଛି। ଏଥିରେ ଶୁଶାନ୍ତ କହଁର (୪୪) ଏବଂ ତାଙ୍କ ଝିଅ ଶୁଭସ୍ମିତା କହଁର (୧୭)ଙ୍କ ମୃତ୍ୟୁ ଭଳି ଏକ ଦୁଃଖଦ ଖବର ସାରା ଅଞ୍ଚଳରେ ଶୋକରଛାୟା ଖେଳାଇଦେଇଛି। ସୂଚନା ଅନୁସାରେ ଗତକାଲି ରାତିରେ ଠିଡିକାଜୋରସ୍ଥିତ ନିଜ ଘରେ ଶୁଶାନ୍ତ ନିଜ ପରିବାର ସହିତ ଘରେ ଖଟ ଉପରେ ଶୋଇଥିଲେ। ଶୋଇଥିବା ଅବସ୍ଥାରେ ଏକ ବିଷଧର ସାପ ଝିଅ ଶୁଭସ୍ମିତା ଏବଂ ବାପା ଶୁଶାନ୍ତଙ୍କୁ କାମୁଡ଼ିଥିଲା। ସଙ୍ଗେ ସଙ୍ଗେ ଉଭୟଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ମେଡିକାଲ ନିଆଯାଇଥିଲା। ଆଜି ଭୋର ସକାଳୁ ସକାଳୁ ପ୍ରଥମେ ଝିଅ ଶୁଭସ୍ମିତା ଏବଂ ପରେ ବାପା ସୁଶାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ମେଡିକାଲରେ ମୃତ୍ୟୁ ଘଟିଥିଲା। ମୃତ ଶୁଶାନ୍ତଙ୍କ ଘର କନ୍ଧମାଳ ଜିଲ୍ଲା ଗୁମାଗଡ଼ ହୋଇଥିବା ଜଣାପଡିଛି । ସେ ହରଭଙ୍ଗା ବ୍ଲକ ମାରଦିଙ୍ଗ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଚାକିରୀ କରୁଥିଲେ । ଚାରିଛକ ଠିଡିକାଜୋରରେ ଏକ ଭଡା ଘରେ ରହୁଥିଲେ । ତାଙ୍କର ମୃତ୍ୟୁ ଖବର ଜଣାଶୁଣା ପରିଚିତ ମହଲରେ ଶୋକର ଛାୟା ଖେଳାଇଦେଇଛି ।