୨ ଲକ୍ଷ ଯୌତୁକ ଦାବିକରି ବହୁର ତଣ୍ଟି ଚିପି ହତ୍ୟାକଲେ ଶାଶୂଘର ଲୋକେ, ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କଲେ ଝିଅର ବାପା ।

0 215

ଧାମରା,୧୬/୧୦:ଦିନକୁ ଦିନ ମଣିଷ ନିଜର ଅର୍ଥର ଲାଳସା ଆଶାରେ ନିଜର ମଣିଷ ପଣିଆକୁ ହରାଇ ବସିଛି ଏମିତି କି ଅନ୍ୟର ଜୀବନ ନେବାକୁ ପଛାଉ ନାହିଁ, ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଧିନ ପାଞ୍ଚପଡା ଗ୍ରାମରେ, ଅଭିଯୋଗ ମୁତାବକ ସେରପୁର ଗ୍ରାମର ଶରତ ନାୟକଙ୍କ ଝିଅ ଖିରାଦ୍ରୀ ତନୟା ନାୟକ ଚାନ୍ଦବାଲି ପାଞ୍ଚପଡା ଗ୍ରାମର ସୁବାସ ସାହୁଙ୍କ ପୁଅ ରତିରଞ୍ଜନ ସାହୁଙ୍କୁ ବୈଦିକ ରୀତିନୀତିରେ ବିଭାହ କରିଥିଲେ,ଯୌତୁକ ମୁତାବକ ୧ଲକ୍ଷ ଟଙ୍କା ସାଙ୍ଗକୁ ସମସ୍ତ ସ୍ଵର୍ଣ ଅଳଙ୍କାର ମଧ୍ୟ୍ୟ ଦେଇଥିଲେ, ବାହାଘର ୩ବର୍ଷ ନପୂରୁଣୁ ଶାଶୁ, ଶଶୁର, ସ୍ୱାମୀ ଓ ଦିଅର ମିଶି ବହୁକୁ ପ୍ରତେକ ଦିନ ମାଡ ମାରିବା ସହିତ ଆହୁରି ଅଧିକ ୨ଲକ୍ଷ ଦାବି କରି ଆସୁଥିଲେ,ଏଥିରେ ମୋ ଝିଅ ପ୍ରତିବାଦ କରିବାରୁ ସ ପରିବାର ମିଶି ମୋ ଝିଅକୁ ଜୀବନରୁ ମାରି ଦେଇଛନ୍ତିବୋଲି ଝିଅ ବାପା ଚାନ୍ଦବାଲି ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ମୃତଙ୍କ କୋଳରେ ୨ବର୍ଷର ଶିଶୁ କନ୍ୟା ସନ୍ତାନ ଟିଏ ମଧ୍ୟ ଅଛି,ଖବର ପାଇ ଘଟଣା ସ୍ଥଳରେ ଚାନ୍ଦବାଲି ଥାନା ଅଧିକାରୀ ପଞ୍ଚାନନ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସ୍ୱାମୀକୁ ଥାନାକୁ ଆଣି ତଦନ୍ତ ଆରମ୍ବ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠା ଯାଇଛି ।

Leave A Reply

Your email address will not be published.