ବୋଲଗଡ଼ ପରମାନନ୍ଦ କଲେଜରେ ଛାତ୍ରଛାତ୍ରୀ ଅଶାନ୍ତ ,କଲେଜରେ ତାଲା ପକାଇଲେ ଛାତ୍ରଛାତ୍ରୀ ।

0 254

ଖୋର୍ଦ୍ଧା,୦୭/୦୯(ପିପିଟି): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି। ଫଳରେ ଶତାଧିକ ଛାତ୍ରଛାତ୍ରୀ କଲେଜ ଗେଟରେ ପକାଇଲେ ତାଲା। କଲେଜର ପ୍ରିନସିପାଲ ସଂଯୁକ୍ତା ମିଶ୍ରଙ୍କ ମନମାନିକୁ ବିରୋଧ କରି ହୋଇଛି ଛାତ୍ର ଅଶାନ୍ତି । ତେବେ କଲେଜର ପ୍ରିନସିପାଲ ସଂଯୁକ୍ତା ମିଶ୍ର ଗତ କିଛିଦିନ ହେବ ଦାୟୀତ୍ୱ ନେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଠାରୁ ବିନା କାରଣରେ କଲେଜ ଫିସ ବାଦ ଆହୁରି ଅଧିକ ଫିସ ନେଉଥିବା ଅଭିଯୋଗ ହୋଇଛି। ଏଥି ସହିତ କଲେଜ କ୍ଲାସ ରୁମରେ ବିଦ୍ୟୁତ ବିଛିନ୍ନ ସହିତ ପିଲା ମାନଙ୍କୁ ପାଣି ଲାଇନ କାଟି ଦେଉଛନ୍ତି। ଅନେକ ଅସୁବିଧା ପ୍ରତିବାଦ କଲେ ମିଥ୍ୟା କେଶ ଭୟ ଦେଖାଇ ଥାନାରେ ବାରମ୍ବାର ଅଭିଯୋଗ ଭୟ ଦେଖାଉଛନ୍ତି। ଏହାର ପ୍ରତିବାଦ କରିବାରୁ ଦୁଇ ଛାତ୍ରଙ୍କୁ ଥାନା ପୋଲିସ କଲେଜ ପରିସରରୁ ଉଠାଇ ନେଇଯାଇଥିଲା । ଯାହାଫଳରେ ଛାତ୍ର , ଛାତ୍ରୀଙ୍କ ଆହୁରି ଅସନ୍ତୋଷ ବୃଦ୍ଧି ପାଇଥିଲା । ଏହାକୁ ନେଇ ଶତାଧିକ ଛାତ୍ର ,ଛତ୍ରୀ ଗେଟରେ ତାଲା ପକାଇ ପ୍ରତିବାଦ କରିଥିଲେ । ଦୀର୍ଘ ଘଣ୍ଟା ପରେ ବୋଲଗଡ଼ ଥାନା ଅଧିକାରୀ ଓ ସ୍ଥାନୀୟ ତହସିଲ ଦାର କଲେଜରେ ପହିଁଞ୍ଚି ଛାତ୍ର ,ଛାତ୍ରୀ ମାନଙ୍କୁ ସମସ୍ୟାର ସମାଧାନ କରାଯିବାପାଇଁ ଆଲୋଚନା କରାଯାଇଥିଲା ।ତେବେ ଏ ନେଇ କଲେଜ୍ ଅଧ୍ୟକ୍ଷା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସନ୍ତୋଷଜନକ ପ୍ରତିକ୍ରିୟା ଦେଇନାହାନ୍ତି।ସୂଚନା ଅନୁଯାୟୀ କିଛି ମାସ ପୂର୍ବରୁ କଲେଜ ଅଧ୍ୟକ୍ଷା ଦାୟିତ୍ଵ ନେଇଥିଲେ ।ଦାୟିତ୍ଵ ନେବା ପରଠାରୁ ଅଧ୍ୟକ୍ଷାଙ୍କ ମନମାନି ଶାସନ ଚଳାଇ ଥିବା ନେଇ ଛାତ୍ର ଛାତ୍ରୀ ଓ କଲେଜ କର୍ମଚାରୀ ମାନେ ବହୁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.