ନାକଟିଦେଉଳ,୦୫/୧୦: ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ଖଳାଶୁଣି ବନ୍ୟ ପ୍ରାଣୀ ଅଭୟାରଣ୍ୟ ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଣ୍ଡା ରେଞ୍ଜ ପକ୍ଷରୁ ଶନିବାର ଦିନ ୭୦ ତମ ବନାଞ୍ଚଳ ସ୍ତରୀୟ ବିଶ୍ବ ବନ୍ୟ ପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରାରମ୍ଭରେ କିସିଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଏବଂ କିସିଣ୍ଡା ରେଞ୍ଜ ର ଅଧିକାରୀ ଓ କର୍ମଚାରୀ ମାନେ ହାତରେ ପ୍ଲାକାର୍ଡ ଧରି ବନ୍ୟ ପ୍ରାଣୀ ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ସଚେତନତା ବାର୍ତ୍ତା ଦେଇ ଏକ ଶୋଭାଯାତ୍ରାରେ ବାହାରି କିସିଣ୍ଡା ଗ୍ରାମ ପରିକ୍ରମା କରିଥିଲେ । ପରେ କିସିଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କିସିଣ୍ଡା ଗ୍ରା. ପ. ର ସରପଞ୍ଚ ରୀନାରାଣୀ ନାଏକ,ସମ୍ମାନିତ ଅତିଥି ଭାବେ କିସିଣ୍ଡା ରେଞ୍ଜ ଅଧିକାରୀ ମହେନ୍ଦ୍ର କୁମାର ସାହୁ, ଏବଂ କିସିଣ୍ଡା ଉଚ୍ଚ ବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଅତୁଲ୍ୟ ପ୍ରସାଦ ରାଉଳ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ପରିସ୍ଥିତରେ ଉତ୍ତମ ପରିବେଶ ଏବଂ ଜଙ୍ଗଲ ବୃଦ୍ଧି ପାଇଁ ବନ୍ୟ ଜନ୍ତୁ ସୁରକ୍ଷା ର ଆବଶ୍ୟକତା ଉପରେ ଆଲୋଚନା କରି ପରିବେଶ ସନ୍ତୁଳନ ଏବଂ ଜଳବାୟୁ ପରିବର୍ତ୍ତନ ରେ ବନ୍ୟ ଜନ୍ତୁ ମାନଙ୍କର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବନ୍ୟ ପ୍ରାଣୀ ସମ୍ପର୍କିତ ଏକ ସାଧାରଣ ଜ୍ଞାନ ପ୍ରତିଯୋଗୀତା ଆୟୋଜିତ ହୋଇଥିବା ବେଳେ ଏଥିରେ ୧୫୦ ଜଣ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ସମସ୍ତ କୃତି ପ୍ରତିଯୋଗୀ ମାନଙ୍କୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ରୁକ୍ମଣୀ ପ୍ରଧାନ ପରିଚାଳନା କରିଥିବା ବେଳେ ଶେଷରେ ଶିକ୍ଷକ ଧନଞ୍ଜୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ଖଳାଶୁଣି ଅଭୟାରଣ୍ୟ କିସିଣ୍ଡା ରେଞ୍ଜର ଫରେଷ୍ଟର ଅନୁରାଧା ଖରସେଲ, ଭୁବନେଶ୍ୱର ପାଣି, ଯତୀନ୍ଦ୍ର ମାଝୀ,ଫରେଷ୍ଟ ଗାର୍ଡ ଲିଲି ବିଶି, ଅଶୋକ କିସାନ ଏବଂ ନିହାର ରଞ୍ଜନ ବଡ଼ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ ସାମିଲ ହୋଇ ସହଯୋଗ କରିଥିଲେ ।