ବାସୁଦେବପୁର,୨୬/୦୯:ବାସୁଦେବପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ହନୁମାନ ବାଟିକାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଚାରିଗୋଟି ବିଭାଗରେ ବିଭିନ୍ନ ବିଦୟାଳୟମାନଙ୍କୁ ମୋଟ ୧୩୦ଜଣ ଛାତ୍ରୀଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ବିଚାରକ ଭାବରେ ବରିଷ୍ଠ ଶିକ୍ଷାବିତ ଭଗବାନଚନ୍ଦ୍ର ମିଶ୍ର, ଲୋକନାଥ ଶତପଥୀ,ନିରଞ୍ଜନ ଧୂପାଳ,ବିପଦଭଞ୍ଜନ ପାଢୀ,ପିତାମ୍ବର ତ୍ରିପାଠୀ,ବୁଦ୍ଧିରାମ ବେହେରା,ଶାନ୍ତିଲତା ମଣ୍ଡଳ,ଦମୟନ୍ତି ପାଣି,ସଦାନନ୍ଦ ପାଣିଗ୍ରାହୀ,ଶରତ ମହନୀପ୍ରମୁଖ ଯୋଗଦେଇ କୋମଳମତୀ ଛାତ୍ରଛାତ୍ରୀମାନଙ୍କ ଶ୍ଳୋକ ଆବୃତ୍ତିର ସଠିକ ମୂଲ୍ୟାଙ୍କନ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧାଂଶୁଶେଖର ମିଶ୍ରଙ୍କ ସଭାପତିତ୍ୱରେ ପ୍ରତିଯୋଗୀତାର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ସୁଦର୍ଶନ ଅଗସ୍ତି ଓ ଅଧ୍ୟାପକ ନିରଞ୍ଜନ କୁମାରପ୍ରମୁଖ ଯୋଗଦେଇ ବିଦ୍ୟାର୍ଥୀମାନଙ୍କ ଗୀତାପାଠର ଆବଶ୍ୟକତା ଓ ଆଧ୍ୟାତ୍ମିକତା ଜୀବନ ଉପରେ ମାର୍ଗଦର୍ଶନ କରାଇଥିଲେ । ବାଇଚଢେଇ ର ସଂପାଦକ କବି ବିକାଶ କୁମାର ଶତପଥୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । ବ୍ଲକ ସଂଯୋଜକ ମଧ୍ୟସୁଦନ ମଲ୍ଲିକ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।