୧୦ ଦଫା ଦାବୀ ନେଇ ନର୍ସୀଂ କର୍ମଚାରୀଙ୍କ ଧର୍ମଘଟ ।

0 278

ଜି.ଉଦୟଗିରି,୨୫/୦୯: ୧୦ ଦଫା ଦାବୀ ନେଇ ଓଡିଶା ନର୍ସୀଂ କର୍ମଚାରୀ ସଂଘର ଆହ୍ବାନକ୍ରମେ ରାଜ୍ୟରେ ନର୍ସୀଂ କର୍ମଚାରୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିବା ବେଳେ ବୁଧବାର ଦିନ ଜି.ଉଦୟଗିରି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ନିୟୋଜିତ ନର୍ସୀଂ କର୍ମଚାରୀମାନେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଧର୍ମଘଟରେ ବସିଥିଲେ।ସେମାନଙ୍କ ଦାବୀ ଗୁଡିକ ହେଲା ୧୩.୧୧.୨୦୧୩ ମସିହାରେ ନିଯୁକ୍ତି ପାଇଥିବା ନର୍ସୀଂ ଅଫିସର ମାନଙ୍କର ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୁଳ ଚାକିରୀ ସିମାରେ ମିଶାଇ ପଦୋନ୍ନତି ଦେବା ସହ ସମସ୍ତ ଆର୍ଥୀକ ସହାୟତା ଯୋଗାଇବା, ଯୋଗ୍ୟ ନର୍ସୀଂ ଅଫିସର ମାନଙ୍କୁ ବରିଷ୍ଠତା ଭିତିରେ ପଦୋନ୍ନତି କରାଯିବା ସହ ଆବଶ୍ୟକ ଥିବା ସ୍ଥିରୀକୃତ ସମୟକୁ କମ କରି ୧୬ ବର୍ଷରୁ ଉର୍ଦ୍ଧ୍ବ ସଭୟ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା ନର୍ସୀଂ ଅଫିସରଙ୍କୁ ଏକକାଳୀନ ଦୁଇଟି ପଦୋନ୍ନତି ଦିଆଯାଉ,ବିଭିନ୍ନ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନିୟୋଜିତ ନର୍ସୀଂ କର୍ମଚାରୀଙ୍କୁ ସିଏଚଓ ପଦବୀରୁ ଫେରାଇଆଣି ବିଭିନ୍ନ ସରକାରୀ ଡାକ୍ତରଖାନାରେ ସେବା ଯୋଗାଇବାକୁ ପଦକ୍ଷେପ ନିଆଯାଉ,ଅନ୍ୟ ରାଜ୍ୟ ଭଳି ଏନଏଚଏମ ଅଧିନରେ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ନୁତନ ସିଏଚଓ ଙ୍କୁ ନିଯୁକ୍ତି ଦିଆଯାଉ,ନିୟମିତ ହୋଇନଥିବା ନର୍ସୀଂ ଅଫିସରମାନଙ୍କୁ ତୁରନ୍ତ ନିୟମିତ କରାଯାଉ,ନର୍ସୀଂ ଅଫିସରମାନଙ୍କ ଡ୍ରେସ କୋଡ ପରିବର୍ତ୍ତନ କରାଯାଉ,ଆଉଟସୋର୍ସୀଂ ଏଜେଣ୍ଟ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ସରକାରଙ୍କ ପୁର୍ବ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଉ, କେବିକେ ଓ କେବିକେ+ ଏବଂ ଆଦିବାସୀ କଠିନ ପ୍ଳାନ ଅଞ୍ଚଳରେ ନିୟୋଜାତ ନର୍ସୀ କର୍ମଚାରୀଙ୍କୁ ସ୍ଥାନ ଭିତିକ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉ,ଜରୁରୀକାଳୀନ ସେବାରେ ଯେହେତୁ ନର୍ସୀଂ କର୍ମଚାରୀମାନେ ନିୟୋଜନ ଥାଆନ୍ତି,ତେଣୁ ସରକାରୀ ଭାବେ ସ୍ଥିରୀକୃତ ସମସ୍ତ ସାଧାରଣ ଛୁଟିଦିନ ବଦଳରେ ନର୍ସୀଂ ଅଫିସରଙ୍କ କ୍ଷେତ୍ରରେ କ୍ଷତି ପୁରଣ ଛୁଟି/ଦରମା ପ୍ରଦାନ କରାଯିବା ସହ ଏ ସମ୍ବନ୍ଧରେ ସ୍ଥାୟୀ ନିର୍ଦ୍ଦେଶାନାମା ଜାରୀ କରାଯାଉ।

Leave A Reply

Your email address will not be published.