ଅପେକ୍ଷାରେ
ପ୍ରଜାପତି ସକାଳେ ସକାଳେ
ଫୁଟି ନାହିଁ ଫୁଲ କେଉଁ ବୃକ୍ଷ ଡାଳେ
ଫିକା ଫିକା ପ୍ରଜାପତି ଡେଣା
ମିଳି ନାହିଁ ପୁଷ୍ପ ମଧୁ
ଭୋକେ ବାଇ ବଣା….!!
ନାହିଁ ଏ ଉଦ୍ୟାନେ ସୁଗନ୍ଧ ସୁମନ
ପତ୍ର ଝଡା ସବୁ ବିବର୍ଣ୍ଣ ବିଷର୍ଣ୍ଣ
ଝର ଝର ବର୍ଷା ଏଠି
ଝଡ଼ର ବିଭତ୍ସ
ପ୍ରଜାପତି ଝୁରି ମରେ
ସୁମନ ସୁମନ…..!!
ଫଗୁଣ ରେ ଫୁଟେ ଫୁଲ
କାନନେ କାନନେ…..
ସୈାରଭର ପୂରେ ବଣ
ମହକି ପବନ
ଛୁଟି ଆସେ ପ୍ରଜାପତି
ସୁଗନ୍ଧ ଆଘ୍ରାଣେ
ଫୁଲେ ଫୁଲେ ପ୍ରଜାପତି
ଦିଅଇ ଚୁମ୍ବନ…..!!
କେବେ କେବେ
ପ୍ରଜାପତି ଡେଣା ଭଗ୍ନ ହୋଇ
ଭୂପତିତ ହୋଇ ପ୍ରାଣ
କରେ ବିସର୍ଜନ
ବିରହର କରୁଣ ଚିତ୍କାର
ଯେବେ ପୁଷ୍ପ ଶୂନ୍ୟ ହୁଏ
ଅଟବୀ ଡାଳରେ….!!
ଚିତ୍ର ବିଚିତ୍ର ବର୍ଣ୍ଣ ଧରି ପ୍ରଜାପତି
ଏତେ ରଙ୍ଗ ଏତେ ବେଶ
କାହା ଠାରେ ଅଛି…..
ସୁମନର ମନ ମୋହେ ସେହି
ନିରବରେ ପ୍ରେମ କରେ
ଛୁପି ଛୁଟି ଯାଇ
ପିଲା ଦିନେ ପ୍ରଜାପତି ଧରି
କି ଆନନ୍ଦ
ଆଜି କିନ୍ତୁ ପ୍ରଜାପତି ଫୁଲର ମିଳନ
ଦେଖି ମୁଁ ବିମୁଗ୍ଧ ଆହା
ଯୁବା ଯଉବନ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭