ପ୍ରଖର ସ୍ରୋତରେ ଭାସି ଯାଉଥିବା ବେଳେ ୩ ଉଦ୍ଧାର ।

0 210

ବାଲିଆପାଳ,୧୮/୦୯:ସୁବର୍ଣ୍ଣରେଖା ନଦୀରେ ବନ୍ଯାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ବ ଗ୍ରାମ ଜଳମଗ୍ନ ହୋଇଛି। ବିଭିନ୍ନ ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।ରାସ୍ତା ପାର ହେଉଥିବା ବେଳେ ପ୍ରଖର ସ୍ରୋତରେ ଆଜି ୩ ଜଣ ଭାଷି ଯାଉ ଥିଲେ। ଖବର ପାଇ ସମସ୍ତଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କଲେ ଅଗ୍ନିସମ ବାହିନୀ। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଆହତଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜାମକୁଣ୍ଡା ପଞ୍ଚାୟତ କୁହ୍ଲାଚଡ ଗ୍ରାମରୁ ୫ ଜଣ ଲୋକ ଆଜି ରାସନ ପାଇଁ ବାଲିଆପାଳ ଆସୁଥିଲେ। କୁହ୍ଲାଚଡ ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହେଉଥିବାରୁ ଅସାବଧାନତାରୁ ସେମାନେ ଭାସି ଯାଇଥିଲେ । ସେମାନେ ହେଲେ ଗେହ୍ଲି ମଣି ମଙ୍ଗରାଜ, ଅରୁଣ ମଙ୍ଗରାଜ ଓ ପିତ ଦଳାଇ ।

Leave A Reply

Your email address will not be published.