ସିଦ୍ଧେଶ୍ବର ମହାବିଦ୍ଯାଳୟରେ ଛାତ୍ର ଅଶାନ୍ତି ଓ ବର୍ଷା ପାଣି ପଶିବା ପ୍ରସଙ୍ଗ,ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅଚାନକ ଗସ୍ତ ।

0 274

ଅମର୍ଦ୍ଦାରୋଡ଼,୧୭/୦୯: ବସ୍ତା ବ୍ଲକ୍ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ଵର ମହାବିଦ୍ୟାଳୟରେ ସୃଷ୍ଟ ଛାତ୍ର ଅଶାନ୍ତି ଓ ବର୍ଷା ପାଣି ପଶିବା ପ୍ରସଙ୍ଗରେ ମଙ୍ଗଳବାର ପୂର୍ବାହ୍ନରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ହେମନ୍ତ କୁମାର ଘଡ଼ାଇ ଅଚାନକ ଗସ୍ତରେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣା ସମ୍ବନ୍ଧରେ ଅଧ୍ଯକ୍ଷା ଓ ଅଧ୍ୟାପକଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅନୁଧ୍ୟାନ ସମୟରେ ଅମର୍ଦ୍ଦାରୋଡ଼ ହାଟପଡ଼ିଆ ମାର୍କେଟ କମ୍ପ୍ଲେକ୍ସ ପଛ ପାରି ଓ ପୁରୁଣା ବାଳିକା ହଷ୍ଟେଲ ପାର୍ଶ୍ବ ପୋଖରୀର ଉଛୁଳା ଜଳ ମହାବିଦ୍ଯାଳୟର ଅଧ୍ୟକ୍ଷା,ମୁଖ୍ୟ କିରାଣିଙ୍କ କାର୍ଯ୍ୟାଳୟ,ଆକାଉଣ୍ଟ ସେକ୍ସନ ଓ ପରୀକ୍ଷା ବିଭାଗରେ ପଶି ଜରୁରୀ କାଗତପତ୍ର ନଷ୍ଟ ହୋଇଥିବା ଜଣାପଡ଼ିଥିଲା। ସେହିଭଳି ନିର୍ମାଣଧିନ ୫ଟି ରୂପାନ୍ତରଣ ଦୁଇ ମହଲା କୋଠାରିର ତଳ ବାରଣ୍ଡା ଠାରୁ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସହ ଅନ୍ୟ ବିଭାଗର ବାରଣ୍ଡା ନିଚ୍ଚା ହୋଇଥିବାରୁ ବର୍ଷାଜଳ ସହଜରେ ପ୍ରବେଶ କରୁଛି।ଏଣୁ ତୁରନ୍ତ ମୁଖ୍ୟ ଗ୍ରୀଲ ପାଖରେ ଇଟା ଯୋଡ଼ି କରି ପାଣିକୁ ଆବଦ୍ଧ କରିବା, ବର୍ଷା ଦିନ ପରେ ପଡ଼ିଆକୁ ଉନ୍ନତ କରିବା,ପରିଚାଳନା କମିଟି ଜରିଆରେ ଉନ୍ନୟନ କମିଟି ଗଠନ କରି ନ୍ୟୁନତମ ମରାମତି ଦିଗରେ ପଦକ୍ଷେପ ଗ୍ରହଣ କରିବା, ଡ଼୍ରେନରେ ଜମିଥିବା ମଇଳା ପାଣିକୁ ତୁରନ୍ତ ନିଷ୍କସନ କରିବା ଲାଗି ଅଧ୍ୟକ୍ଷା ରୀତା ନାଏକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ୫ଟି କାମରୁ ବାହାରିଥିବା ଟାଇଲ ଟୁକୁରା ଖଣ୍ଡ ଏଣେତେଣେ ପଡ଼ିଥିବାରୁ ସେଗୁଡ଼ିକୁ ଆଗାମୀ ୧୫ ଦିନ ମଧ୍ୟରେ ହଟାଇବା ଲାଗି ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.