ବେଲଗୁଣ୍ଠା, ୦୨/୦୯(ପିପିଟି):ବେଲଗୁଣ୍ଠା ବ୍ଳକ୍ ପାଣି ପଂଚାୟତ ପମ୍ପ୍ ଡ୍ରାଇଭର ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ସ୍ଥାନୀୟ ମାଆ ବ୍ରାହ୍ମଣ ଦେବୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପାଣି ପଂଚାୟତ କର୍ମଚାରୀ ସଂଘ ସଭାପତି ଭଗବାନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସଂଗଠନ ସମ୍ପାଦକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ଅଶୋକ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଏସ୍ଇଏମ୍ ଏବଂ ପମ୍ପ୍ ଡ୍ରାଇଭର ସଂଘର ବିଭିନ୍ନ ସମସ୍ୟା ଏବଂ ତାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ୟାମ ସୁନ୍ଦର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା