ବୀରମହାରାଜପୁର ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ।

0 191

ସୁବର୍ଣ୍ଣପୁର ,୦୧/୦୯(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ରେ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଭାରତ ପାକିସ୍ଥାନ ସମ୍ପର୍କ ବିଷୟରେ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ କଲେଜର ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ରାଜନୀତି ବିଜ୍ଞାନ ଅଧ୍ୟାପକ କୁଞ୍ଜବନ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ଶ୍ରୀ ମେହେର ନିଜର ବକ୍ତବ୍ୟରେ କହିଥିଲେ ସ୍ବାଧୀନତା ପରଠୁ ପାକିସ୍ଥାନ ସହ ୧୯୪୮, ୧୯୬୫, ୧୯୭୧ ଓ ୧୯୯୯ରେ ଯୁଦ୍ଧ ହୋଇଛି। ବିଭିନ୍ନ ସମୟରେ କଥାବାର୍ତ୍ତା ମଧ୍ୟ ହୋଇଛି ତଥାପି ପାକିସ୍ଥାନ ଅସ୍ତ୍ରବିରତି ଉଲଙ୍ଘନ କରୁଛି। ବିଭିନ୍ନ ଆତଙ୍କି ସଙ୍ଗଠନକୁ ବଢିବାକୁ ସୁଯୋଗ ଦେଉଛି। ତେଣୁ ପାକିସ୍ଥାନ ସହ କଥାବାର୍ତ୍ତାର ଯୁଗ ଶେଷ ହୋଇସାରିଛି। ସେହିପରି ରାଜନୀତି ବିଜ୍ଞାନ ଅଧ୍ୟାପକ ନରେନ୍ଦ୍ର ଝା ମୁଖ୍ୟବକ୍ତା ଭାବରେ ଯୋଗଦେଇ ସ୍ବାଧୀନତା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ପାକିସ୍ଥାନ ସହ ସମ୍ପର୍କର ଅଗ୍ରଗତି ସମନ୍ଧରେ ତଥ୍ୟ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଶିବ କୁମାର ପୁରୋହିତ, ଅଧ୍ୟାପକ ସ୍ମୃତି ରଞ୍ଜନ ଭରାସାଗର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରଜ୍ଞା ପରମିତା ସାଥୁଆ, ଆକାଂକ୍ଷା ପ୍ରିୟଦର୍ଶିନୀ ପଣ୍ଡା, ଆରତି ବାରିକ, ବିଉଟି ସାହୁ, ପୁରାତନ ଛାତ୍ର ବିମଳ ମହାପାତ୍ର, ଛାତ୍ରୀ ସ୍ବରୂପା ରଥ ପ୍ରମୁଖ ପ୍ରବନ୍ଧ ପାଠ କରିଥିଲେ। ଆଲୋଚନାଚକ୍ର ପରେ ଛାତ୍ରୀ ବିଉଟି ସାହୁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଗତ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ନିଜର ପରିଚୟ ପ୍ରଦାନ କରିବା ସହ କୃତଜ୍ଞତା ଜ୍ଞାପନ କରିଥିଲେ। ଛାତ୍ରୀ ପ୍ରଜ୍ଞାସ୍ମିତା ପଣ୍ଡା ସଭା ପରିଚାଳନା କରିଥିବା ବେଳେ ଛାତ୍ର ଗିରିଜା ଶଙ୍କର ପ୍ରଧାନ ଧନ୍ୟବାଦ ଦେଇଥିଲେ। ଏଥିରେ ଅଧ୍ୟାପକ ଜିତେନ୍ଦ୍ର କୁମାର ସାହୁ, ପ୍ରଭାତ ପୁରୋହିତ, ଅଧ୍ୟାପିକା ଯାମିନୀ ଦାସ, ମାଲତି ନାଏକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.