ସୁବର୍ଣ୍ଣପୁର ,୨୮/୦୮(ପିପିଟି) : ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ର ସମ୍ମିଳନୀ କକ୍ଷଠାରେ ପାରା ଲିଗାଲ ସ୍ବେଛାସେବୀ ମାନଙ୍କର ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ଜ଼ିଲ୍ଲା ଜଜ ତଥା ଅଧ୍ୟକ୍ଷ, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀଯୁକ୍ତ ରଶ୍ମି ମୋହନ ଆଚାର୍ଯ୍ୟ, ଅତିରିକ୍ତ ଜ଼ିଲ୍ଲା ଜଜ ଶ୍ରୀ ଦିଲୀପ ବିଶ୍ୱାଳ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀଯୁକ୍ତ ବିଶ୍ୱ ବିଶୃତ କର, ବରିଷ୍ଠ ଦେୱାନୀ ଜଜ ଶ୍ରୀଯୁକ୍ତ ଅମିତାଭ ପଣ୍ଡା, ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ସଚିବ ମିସ କୁମୁଦିନୀ ମୁଦୁଲି, ସିଭିଲ କୋର୍ଟ ରେଜିଷ୍ଟ୍ରାର ଶ୍ରୀଯୁକ୍ତ ଶଙ୍ଖ ଚକ୍ରବର୍ତ୍ତୀ ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ସୁଦେଷ୍ଣା ପଟ୍ଟନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ବିଭୁ ପ୍ରସାଦ ନାୟକ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ଦେଵମାଳିନୀ ଐଶ୍ୱରୀୟ (ଏଲ ଆର) ପ୍ରମୁଖ ଯୋଗ ଦେଇ ଥିଲେ । ଏହି ଦିନିକିଆ ତାଲିମ ଶିବିରରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ସଚିବ ମିସ କୁମୁଦିନୀ ମୁଦୁଲି- ଆଇନ ସେବା ପ୍ରାଧିକରଣ ର ଅଧିନିୟମ ଏବଂ ପାରା ଲିଗାଲ ସ୍ବେଛାସେବୀ ମାନଙ୍କର କାର୍ଯ୍ୟ ଉପରେ ସମସ୍ତଙ୍କୁ ତାଲିମ ଦେଇଥିଲେ। ସୋନପୁର ମହାବିଦ୍ୟାଳୟ ର ପ୍ରାଧ୍ୟାପକ ଲେଫ୍ଟନାଣ୍ଟ ଶ୍ରୀ ଆଶିଷ କୁମାର ଅଗ୍ରୱାଲ-ସାଇବର ଆଇନ ଉପରେ ସ୍ବେଛାସେବୀ ମାନଙ୍କୁ ତାଲିମ ଦେଇଥିଲେ । ପରେ କିଶୋର ନ୍ୟାୟ ପରିଷଦ ର ସଦସ୍ୟ ଶ୍ରୀମତୀ ରଂଜିତା ସାହୁ- ଶିଶୁ ମାନଙ୍କ ପାଇଁ ଥିବା ଆଇନ ଉପରେ ତାଲିମ ଦେଇଥିଲେ ଏବଂ ସବା ଶେଷରେ ବରିଷ୍ଠ ଦେୱାନୀ ଜଜ ତଥା ମହିଳା କୋର୍ଟ ବିଚାରପତି ଶ୍ରୀମତୀ ବବିତା ପାତ୍ର- ମହିଳା ଙ୍କ ପାଇଁ ଘରୋଇ ହିଂସା ଅଧିନିୟମ- ୨୦୦୫ ବିଷୟ ଉପରେ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ତାଲିମ ଦେଇଥିଲେ । ତାଲିମ ଶେଷରେ ଜ଼ିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ସଚିବ ମିସ କୁମୁଦିନୀ ମୁଦୁଲି ସମସ୍ତ ଅତିଥି ତଥା ସମସ୍ତ ପାରା ଲିଗାଲ ସ୍ବେଛାସେବୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ