ଏସି ସଟ୍ ସର୍କିଟରେ ଜଳିଗଲା କାର ।

0 812

ଭଞ୍ଜନଗର, ୨୮/୦୮(ପିପିଟି) : ଭଞ୍ଜନଗର ଠାରୁ ବ୍ରହ୍ମପୁର ୧୫୭ନଂ ଜାତୀୟ ରାଜପଥର ଶଢଙ୍ଗୀ ପଲି ନିକଟରେ ଏକ କାର ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳି ଯାଇଛି।ସୂଚନା ଅନୁସାରେ ବ୍ରହ୍ମପୁରରୁ ଏକ ଇଣ୍ଡିଗୋ ଇସିଏସ କାର ନଂ ଓଡ଼ି ୦୭ଜେ ୮୨୦୦ରେ ଡ୍ରାଇଭର ସମେତ ଅନ୍ୟ ୩ଜଣ ବ୍ୟକ୍ତି କୌଣସି କାମରେ ଭଞ୍ଜନଗର ଅଭିମୁଖେ ଆସୁଥିଲେ।ହେଲେ ଦିନ ପ୍ରାୟ ୨ଟା ସମୟରେ ଉକ୍ତ ସ୍ଥାନରେ ହଠାତ୍ ଗାଡ଼ିରୁ ଜୋରରେ ଧୂଆଁ ବାହାରିବା ଦେଖି ଡ୍ରାଇଭର ଗାଡ଼ିକୁ ଅଟକାଇ ଥିଲେ।ବନେଟ ଖୋଲିବାରୁ ନିଆଁ ଦେଖି ପ୍ରାଣ ବିକଳରେ ସମସ୍ତ ଯାତ୍ରୀ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ।ଚାହୁଁ ଚାହୁଁ ନିଆଁ ପ୍ରବଳ ବେଗରେ ଗାଡ଼ି ସାରା ବ୍ୟାପି ଯାଇଥିଲା ଫଳରେ ଗାଡ଼ି ଭିତରେ ଥିବା ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି।ଖବର ପାଇ ଭଞ୍ଜନଗର ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଲା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳିପୋଡ଼ି ନଷ୍ଟ ହୋଇଯାଇଛି।ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.