ମୁଁ ଏକା ନୁହଁ : ବରିଷ୍ଠ କଳାକାର ମହାସଂଘ ।

0 306

ବ୍ରହ୍ମପୁର,୨୬/୦୮(ପିପିଟି):ରାଜ୍ଯସ୍ତରୀୟ କଳାକାର ସଂଗଠନ କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ’ ତରଫରୁ “ମୁଁ ଏକା ନୁହଁ : ମୋ ସହିତ ମୋ ସଂଘ ଅଛି” କାର୍ଯ୍ଯକ୍ରମ ଭିତ୍ତିରେ ଆଜି ମହାସଂଘର କିଛି ସଦସ୍ୟ କଟକ ବଡ ମେଡିକାଲ୍ ଯାଇ ପିଡିତାଙ୍କୁ ଭେଟିଛନ୍ତି। ମହାସଂଘର ଜନୈକ ସଦସ୍ୟ ନାଟ୍ୟକାର ଯୁଦ୍ଧିଷ୍ଠୀର ଭଞ୍ଜ ସାମନ୍ତଙ୍କ ପତ୍ନୀ ଆରତୀ ଭଞ୍ଜ ସାମନ୍ତ ଗୁରୁତର ସ୍ବାସ୍ଥ୍ଯ ସମସ୍ୟା ନେଇ ସେଠାରେ ଚିକିତ୍ସିତ ହେଉଛନ୍ତି। ସଂଘ ତରଫରୁ ସଭାପତି ସୀମାନ୍ତ ନଟରାଜ ଡା. ତିରୁପତି ସାହୁ, ନାଟ୍ଯ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ପ୍ରମୋଦ କୁମାର ସାମନ୍ତ, ଦୀପକ କୁମାର ପ୍ରଧାନ, ସ୍ବରବିବୁଧ ରମେଶ ଚନ୍ଦ୍ର ସ୍ବାଇଁ, ଡା. ଦେବାଶିଷ ଭଞ୍ଜ ସାମନ୍ତ, ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ପ୍ରମୁଖ ସୌଜନ୍ଯ ସାକ୍ଷାତ କରି ଆଶୁ ଆରୋଗ୍ୟ କାମନା ପୂର୍ବକ ଉଭୟ ରୋଗୀ ଓ ତାଙ୍କ ପରିବାର ବର୍ଗଙ୍କ ଆତ୍ମ ପ୍ରତ୍ୟୟ ଅଭିବ୍ରୁଦ୍ଧି ସହ ଯଥାର୍ଥ ସହାୟତା ଯୋଗାଇ ଦେଇଥିଲେ। ଏହି ଅବସରରେ ସଭାପତି ଡା. ସାହୁ ଆମ ସଂଘ ଯେକୌଣସି କଳାକାରଙ୍କ ଏକାକୀତ୍ବ ବା ଅସହାୟବୋଧ ଅପନୋଦନ ନିମନ୍ତେ ଯତ୍ପରୋନାସ୍ତି ପ୍ରୟାସ ରତ ବୋଲି ସୂଚନା ଦେଇଥିଲେ। ନାଟ୍ୟକାର ଭଞ୍ଜ ସାମନ୍ତ ମହାସଂଘ ନିକଟରେ ନିଜର କ୍ରୁତଜ୍ଞତା ଜ୍ଞାପନ କରିଥିଲେ।

Leave A Reply

Your email address will not be published.