ବିଷାକ୍ତ ମଦ ଜନିତ ମୃତ୍ଯୁବରଣ କରିଥିବା ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ- ଫରୱାର୍ଡ ବ୍ଲକ।

0 363

ବ୍ରହ୍ମପୁର,୨୩/୦୮(ପିପିଟି): ଗଞ୍ଜାମ ଜ଼ିଲ୍ଲାରେ ଜଗନ୍ନାଥ ପ୍ରସାଦ ଥାନା ପଞ୍ଚଭୁତି ଗ୍ରାମର ବସନ୍ତ ଗୌଡ଼ଙ୍କ ଦେଶୀ ମଦ ଜନିତ ମୃତ୍ୟୁ ବରଣ କରିବା ପରେ ଚିକିଟି ଏନ୍ଏସି ର ଜେନାପୁର ଗ୍ରାମରେ ଜୁର ବେହେରା ଏବଂ ଲୋକନାଥ ବେହେରା ବିଷାକ୍ତ ମଦ୍ୟ ପାନ ଜନିତ ମୃତ୍ୟୁ ହୋଇଛି । ବ୍ରହ୍ମପୁର ବଡ଼ ମେଡିକାଲରେ ଜଣେ ଭେଣ୍ଟିଲେଟର ରେ ରହିଥିବା ବେଳ ତିନିଜଣ ଆଇ ସି ୟୁ ରେ ରହିଛନ୍ତି । ଅନ୍ୟ ୧୩ ଜଣ ଗୁରୁତର ଭାବେ ଜୀବନ ସହ ଲଢ଼ୁଛନ୍ତି । ଅତଏବ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା କମିଟି ତରଫରୁ ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ଅଭିପ୍ରାୟ ଏହି କି ଆନ୍ଧ୍ର -ଓଡିଶା ସୀମାନ୍ତ ଚିକିଟି ବ୍ଲକ ଇଲାକାରେ ଅପମିଶ୍ରିତ ବେଆଇନ ମଦ କାରବାର ଦୀର୍ଘ ଦୁଇ ଦଶନ୍ଧି ଧରି ଚାଲି ଆସିବା ନଜିର ରହିଛି । ଦେଶୀ ମଦକୁ କେଉଁଠି ରାସାୟନିକ ରଙ୍ଗ ଦେଇ ଅବାଧ ରେ ବିଦେଶୀ ମଦ ଆକାର ରେ ବିକ୍ରି ହେଉଛି ତ ଆଉ କେଉଁଠି ବେଆଇନ ଭାବେ ମହୁଲ ବଦଳ ରେ ଗୁଡ଼,ପିଡିଆ, ବ୍ୟାଟେରୀ ଗୁଣ୍ଡ ଆଦି ମିଶାଇ ମଦକୁ ଅଧିକ ନିଶାଯୁକ୍ତ କରାଇ ଚୋରା ରେ ବିକ୍ରି କରା ହେଉଛି । ଅବକାରୀ,ପୁଲିସ ବିଭାଗ ତରଫରୁ ଚଢ଼ାଉ କରାଯାଇ ନକଲି ମଦ ଜବତ ସହ ଅନେକ ଜଣଙ୍କୁ ଗିରଫ କରି ଜେଲକୁ ପଠାଯିବା ଉଦାହରଣ ରହିଛି । ଅଦୃଶ୍ୟ ଶକ୍ତିର ଆଶ୍ରିବାଦ ହେତୁ ମଦ ମାଫିଆ -ଅବକାରୀ -ପୁଲିସ ବିଭାଗ ମାଲାମାଲ ହୋଇଛନ୍ତି । କିନ୍ତୁ ଅନେକ ଜୀବନ ଅକାଳ ରେ ଝଡ଼ିଯିବା ସହ ଅନେକ ପରିବାର ଦୁର୍ଦଶା ରେ କାଳାତିପାତ କରୁଛନ୍ତି । ଗତ ୨୦୦୫ ସେପ୍ଟେମ୍ବରରେ କେ ନୂଆଗାଁ ଥାନା ପତିଗୋବିନ୍ଦ ପୁର ଗ୍ରାମ ରେ ବିଷାକ୍ତ ମଦ୍ୟ ପାନ କରି ଗ୍ରାମର ଟି. ଦାମୋଦର, ଏନ. ମଙ୍ଗଳା ଓ ଟି. କୋତିଲି ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥି ସହ ଗ୍ରାମର ଆଉ ଦଶ ଜଣ ବ୍ୟକ୍ତି ବିଷାକ୍ତ ମଦ ପିଇ ଗୁରୁତର ହୋଇଥିଲେ । ତେବେ ଏହି ମଦ ମୃତ୍ୟୁକୁ ଘୋଡ଼ାଇବା ପାଇଁ ସେତେବେଳେ ପ୍ରଶାସନ ଯଥାସାଧ୍ୟ ଚେଷ୍ଟା କରିଥିଲେ ।

ସେହିପରି ୨୦୧୯ ମସିହାରେ କେ. ନୂଆଗାଁ ପଂଚାୟତ ଆମ୍ବଝୋଳା ବ୍ରିଜ଼ ନିର୍ମାଣ ବେଳେ ଜଣେ ଶ୍ରମିକ ବିଷାକ୍ତ ମଦ୍ୟ ପାନ କରି ମୃତ୍ୟୁ ଲଭିଥିବା ବେଳେ ଆଉ ୭ ଶ୍ରମିକ ଗୁରୁତର ହୋଇଥିଲେ l ଯାହା କି ରହସ୍ୟ ରହିଛି,ଗତ ୨୦୨୩ ସେପ୍ଟେମ୍ବରରେ କେ. ନୂଆଗାଁ ଥାନା ମାଉନ୍ଦ ପୁର ନିକଟରେ ଚିକିଟି ପେଣ୍ଠ ରେ ମୁରଲୀ ସାହୁଙ୍କ ଗଳିତ ଶବ କୁ ପୁଲିସ ଉଦ୍ଧାର କରିଥିଲା । ତାହା ବିଷାକ୍ତ ମଦ୍ୟ ପାନ ଜନିତ ମୃତ୍ୟୁ ବୋଲି କୁହାଯାଇଥିଲା । ତାହା ରହସ୍ୟ ହୋଇଛି।
୨୦୨୪ ଫେବୃଆରୀରେ କଳବାଡ଼ ସରକାରୀ ଟ୍ରେଡ଼ ମାର୍କ ବ୍ୟବହାର କରି ଚୋରା ମଦ ବେପାର ବେଳେ ଜଣେ ଗିରଫ ସାଙ୍ଗକୁ ୧୨୦ ଲିଟର ମଦ ଜବତ ଘଟଣାକୁ ଅନ୍ଧାରରେ ବାଡ଼ି ବୁଲାଗଲା ।
ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଗଞ୍ଜାମ ଜ଼ିଲ୍ଲା କମିଟିର ଦାବୀ :-
୧) ଚିକିଟି ମଦମୃତ୍ୟୁ ପରିବାରଙ୍କୁ ରାଜ୍ୟ ସରକାର ନଗଦ ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା କରନ୍ତୁ ।
୨) ଚିକିଟି ବିଷାକ୍ତ ମଦ ପାନ ଜନିତ ବିକଳାଙ୍ଗଙ୍କୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ସହାୟତା କରନ୍ତୁ ।
୩)ବେଆଇନ ମଦ ବେପାର ରେ ଅଦୃଶ୍ୟ ଶକ୍ତି, ମଦ ମାଫିଆ ଏବଂ କିଙ୍ଗପିନକୁ ଚି଼ହ୍ନଟ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୪)ନିଲମ୍ବିତ ଅବକାରୀ ସୁପାରିଟେଣ୍ଡେଣ୍ଟ ଙ୍କ ଆୟ ବହିର୍ଭୁତ ସମ୍ପତ୍ତିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।
୫)ଅବକାରୀ ଇନ୍ସପେକ୍ଟର ଏବଂ ଏସ ଆଇ ଙ୍କୁ ବଦଳି ପରିବର୍ତ୍ତେ ସେମାନଙ୍କୁ ନିଲମ୍ବନ କରି ତାଙ୍କ ଆୟ ବହିର୍ଭୁତ ସମ୍ପତ୍ତିଙ୍କୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯାଉ ।
୬)ଦୀର୍ଘ ବର୍ଷ ଧରି ସୁରଳ, ସୁନାପୁର ସୁମାଣ୍ଡି, ଗିରିସୋଲା ଏବଂ ଗୋବିନ୍ଦ ନଗର ପଞ୍ଚାୟତରେ ବିକ୍ରି କରୁଥିବା ବିନା ଲାଇସେନ୍ସ ଦେଶୀ ନକଲି ମଦ ଏବଂ ବେପାରୀଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।
୭)ଚିକିଟି -ପାତ୍ରପୁର ବ୍ଲକ ରେ ଅବାଧ ରେ ବିକ୍ରି ହେଉଥିବା ନକଲି ବିଦେଶୀ ମଦଙ୍କୁ ବନ୍ଦ କରିବା ନକଲି ବିଦେଶୀ ମଦ ପ୍ରସ୍ତୁତକାରିଙ୍କୁ ଚି଼ହ୍ନଟ କରି ଗିରଫ କରାଯାଉ ।

ଉପୋରକ୍ତ ଦାବୀ ପ୍ରତି ରାଜ୍ୟ ସରକାର ଦୃଷ୍ଟି ନଦେଲେ ଆସନ୍ତା ନଭେମ୍ବର ମାସ ରେ ଗଞ୍ଜାମ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଦଳ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା /ଅନଶନ ଦିଆଯିବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଜ଼ିଲ୍ଲା ସଭାପତି ବିଭୂଧେନ୍ଦ୍ର ପାଢ଼ୀ, ଜ଼ିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ, ଜିଲ୍ଲା କୋଷାଧ୍ୟକ୍ଷ ସ୍ଵପ୍ନେଶ୍ଵର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.