ସନ୍ଥ କବି ଭୀମ ଭୋଇଙ୍କ ଜନ୍ମ ସ୍ମୃତି ପୀଠରେ ନବାନ୍ନ ଉତ୍ସବ ପାଳିତ ।

0 264

ସୁବର୍ଣ୍ଣପୁର ,୨୧/୦୮(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଜଟେସିଂହା ସ୍ଥିତ ସନ୍ଥକବି ଭୀମ ଭୋଇଙ୍କ ଜନ୍ମ ସ୍ମୃତି ପୀଠରେ ପ୍ରତି ବର୍ଷ ଭଲି ଚଳିତବର୍ଷ ମଧ୍ୟ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ମାନେ ନବାନ୍ନ ଉତ୍ସବ ପାଳନ କରିଛନ୍ତି। ବାବା ଜୟ ବାଦି ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ବହୁ ସାଧୁସନ୍ଥ ଯୋଗଦେଇ ଥିଲେ। ଶ୍ରାବଣ ପୂର୍ଣ୍ଣିମା ସୋମବାର ସକାଳ ଠାରୁ ଉପବାସ ଓ ଉଜାଗର ରହି ସନ୍ଧ୍ୟାରେ ଅଖଣ୍ଡ ବ୍ରହ୍ମ ଧ୍ୱନି ରେ ବିଶ୍ଵ କଲ୍ୟାଣ ପାଇଁ ଘୃତାହୁତି ଅର୍ପଣ,ଆଠ ଭଜନ, ଅବକାଶ ଜଣାଣ, ଦର୍ଶନ ସ୍ତୁତି ପ୍ରାର୍ଥନା ଓ ପ୍ରଭୁନାମ ଭଜନ ଜଣାଣ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ସକାଳେ ବ୍ରାହ୍ମ ମୁହୂର୍ତ୍ତରେ ସପ୍ତମୃତ ପଣା ସହ ଅନ୍ନହାଣ୍ଡି ଶ୍ଵନ୍ୟକୁ ବଢ଼ାଇ ଶୁନ୍ୟ ବ୍ରହ୍ମଙ୍କୁ ନବାନ୍ନ ଅର୍ପଣ କରାଯାଇଥିଲା। ମହିମା ଅଲେଖ ଧ୍ବନିରେ ପରିବେଶ ଉତ୍ସବ ମୁଖରିତ ହୋଇ ଉଠିଥିଲା ଏବଂ ସମସ୍ତ ମହିମା ଧର୍ମାବଲମ୍ବୀ ନବାନ୍ନ ଭକ୍ଷଣ କରିଥିଲେ। ସମସ୍ତେ ନବାନ୍ନ ଭକ୍ଷଣ କଲାପରେ ପୂଜ୍ୟ ସାଧୁଙ୍କୁ ଶରଣ ମାନ୍ୟ କରି ଆଶୀର୍ବାଦ କାମନା କରିବା ସହ ପରସ୍ପର ମଧ୍ୟରେ ଶରଣ ମାନ୍ୟ କରିଥିଲେ। ବାସ୍ତବିକ ଜୀବନରେ ଠିକ ରାସ୍ତା ରେ ନେବାକୁ ହେଲେ ଧର୍ମର ଆବଶ୍ୟକତା ରହିଛି।ଯୁଗେ ଯୁଗେ ମଣିଷ ସମାଜକୁ ସତ୍ୟ, ଶାନ୍ତିରେ ଜୀବନ ଯାପନ କରିବା ସହିତ ମନରେ ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି ଭାବ ଜାଗ୍ରତ କରିବା ପାଇଁ ଅନେକ ଧର୍ମ ଓ ଧର୍ମ ପ୍ରଚାରକ ଙ୍କ ଆବିର୍ଭାବ ଘଟିଛି। ତା ମଧ୍ୟରୁ ଅଲେଖ ମହିମା ଧର୍ମ ଏକ ସର୍ବ ପୁରାତନ ଧର୍ମ। ଏହି ଧର୍ମର ପ୍ରତିଷ୍ଠାତା ହେଉଛନ୍ତି ମହିମା ଗୋସାଇଁ। ତତ୍ ସହିତ ଅନ୍ୟତମ ଶିଷ୍ୟ ତଥା ଧର୍ମ ପ୍ରଚାରକ ହେଉଛନ୍ତି ସନ୍ଥକବି ଭୀମ ଭୋଇ।‌ ସନ୍ଥକବି ଙ୍କ ବାଣୀ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’ ଚିର ସ୍ମରଣୀୟ ଓ ବନ୍ଦନୀୟ। ଏହି ମହିମା ଧର୍ମ ପରମ୍ପରା ଅନୁସାରେ ବୈଶାଖ ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା, କାର୍ତ୍ତିକ ପୂର୍ଣ୍ଣିମା, ସ୍ବତନ୍ତ୍ର ମହତ୍ତ୍ଵ ରହିଛି।ଏଥିରେ ଉତ୍ତମ ବାଦୀ, କୁବେର ବାଦୀ, ବଳୀୟାର ବାଦୀ ମଙ୍ଗଳ ବାବା, ଭଜମନ ଜଗଦଳା, ରାଜେନ୍ଦ୍ର ଜଗଦଲା, ଶ୍ୟାମ ଭକ୍ତ, କୁମର ଲୁହା, ଅରୁଣ ବାଦୀ ଓ ଅନ୍ୟାନ୍ୟ ଭକ୍ତ ମାନେ ସାମିଲ ହୋଇଥିଲେ l

ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.