ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ।

0 193

ଭଞ୍ଜନଗର, ୧୬/୦୮(ପିପିଟି) : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ୭୮ତମ ସ୍ୱାଧୀନତା ଦିବସ ବେଶ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି।ଉପେନ୍ଦ୍ର ଭଞ୍ଜ ଷ୍ଟାଡିଅମ ଠାରେ  ସକାଳ ୯ଟା ୧୫ମିନିଟ ସମୟରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଦେଶ ଓ ଜାତି ପାଇଁ ବଳିଦାନ ଦେଇଥିବା ସେହି ସ୍ୱାଧୀନତା ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶରେ ଏକତା, ଅଖଣ୍ଡତା ବଜାୟ ରଖିବା ଦେଶବାସୀଙ୍କ ପ୍ରଥମ କର୍ତ୍ତବ୍ୟ।ତେଣୁ ଆଜିର ଦିନରେ ଆମେ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ଆମେ ସମସ୍ତେ ସଂକଳ୍ପ ନେବା ଉଚିତ ବୋଲି ଉପଜିଲ୍ଲାପାଳ ଶ୍ରୀ ସେଠୀ ନିଜ ଅଭିଭାଷଣ ରେ କହିଥିଲେ।ଏହାପରେ ଭଞ୍ଜନଗର ଉପଖଣ୍ଡର ଭିଭିନ୍ନ ସ୍କୁଲ ଓ କଲେଜର ଏନସିସି, ନେଭାଲ, ସ୍କାଉଟ, ରେଡ଼ କ୍ରସ ଓ ସିଭିଲିଆନ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ।ଭଞ୍ଜନଗର ସହରରେ ଥିବା ୮ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସ୍ୱାଧୀନତା ଦିବସ ଅବସରରେ ଏହି ଉପଖଣ୍ଡର ୮ଟି ବ୍ଲକ ଓ ୫ଟି ଏନଏସିର ସ୍କୁଲ ଓ କଲେଜ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସେଠୀଙ୍କ ସମେତ ଏସ. ଡ଼ି. ପି.ଓ ସୁଜିତ କୁମାର ନାୟକ, ତହସିଲଦାର ଉମା ଶଙ୍କର ବେହେରା, ଅତିରିକ୍ତ ତହସିଲଦାର ଅବିନାଶ ମାହାର, ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପତ୍ର, ଗୋୖରୀ ଶଙ୍କର ଶତପଥୀ,ଆଇ. ଆଇ.ସି କୁମାର ମୁଦୁଲି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ରିପୋର୍ଟ- ଜେ. କେ ପଟ୍ଟନାୟକଙ୍କ

Leave A Reply

Your email address will not be published.