ସୁବର୍ଣ୍ଣପୁର ,୦୯/୦୮(ପିପିଟି):ବାରମ୍ବାର ଅଭିଯୋଗ ସତ୍ତ୍ବେ ନିର୍ମାଣ ହେଉନାହିଁ ସୁରକ୍ଷା ବାଡ କି ସ୍ଥାନାନ୍ତରଣ କରାଯାଉନାହିଁ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫରମର୍ ।ସୁବର୍ଣ୍ଣପୁର ସହରର ପଟାଭାଡି କୋଶଳ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ମାରୁତି ନଗରରେ ଥିବା ଟ୍ରାନ୍ସଫର୍ମର ଟି ଅସୁରକ୍ଷିତ ଅବସ୍ଥାରେ ରହିଥିବା ସତ୍ବେ ଅତି ଖାମଖିଆଲି ଭାବରେ ଏ କଥା କୁ ନେଉଛି ବିଦ୍ୟୁତ ବିଭାଗ । ଟାଟା ପାୱାର ହାତକୁ ନେବା ପରେ ଲୋକଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବା ନେଇ ଆଶା ବାନ୍ଧିଥିବା ଅଞ୍ଚଳ ବାସୀ ଏବେ ନିରାଶ୍ରୟ ହୋଇଥିବା ଦେଖିବାକୁ ମିଳିଛି। ଟ୍ରାନ୍ସଫର୍ମର ର ସୁରକ୍ଷା ବାଡ ଦିଆଯାଇ ନ ଥିବା ହେତୁ କେତେବେଳେ ଯେ କିଛି ଅଘଟଣ ନଘଟିବ ଏହାର କୌଣସି ଗ୍ୟାରେଣ୍ଟି ନାହିଁ। ଉକ୍ତ ଟ୍ରାନ୍ସଫର୍ମରଟି ଘର ପାଖରେ ତଥା ରାସ୍ତା ପାର୍ଶ୍ୱକୁ ଲାଗିଥିବାରୁ ବିଭିନ୍ନ ସମୟରେ ଲୋକେ ଯିବା ଆସିବା କରନ୍ତି। ତେଣୁ ଟ୍ରାନ୍ସଫର୍ମରଟି ମୁକୁଳା ପଡିଥିବାରୁ କେତେବେଳେ ଯେ କିଛି ଅଘଟଣ ଘଟି ଗୋରୁ ଗାଈ ମଣିଷ ଙ୍କ ଅମୂଲ୍ୟ ଜୀବନ ଚାଲିଯିବ ତାହା କହିହେବ ନାହିଁ। ଏବେ ବର୍ଷା ଦିନ ଯୋଗୁଁ ଟ୍ରାନ୍ସଫର୍ମରଟି ଲଟାବୁଦାରେ ଭର୍ତ୍ତି ହୋଇ ରହିଛି । ତଳୁ ମାତ୍ର ୩/୪ ଫୁଟ ଉଚ୍ଚରେ ଏହି ଟ୍ରାନ୍ସଫର୍ମରଟି ରହିଥିବାରୁ ଲୋକେ ଭୟ ଭିତରେ ଅଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୁଷ୍ଟି ଦେଇ ତୁରନ୍ତ ଏହାକୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଶିଘ୍ର ସୁରକ୍ଷା ବାଡ ଦେବାକୁ ମାରୁତି ନଗରବାସୀ ଦାବି କରୁଛନ୍ତି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ