ଦୁଇ ଚୋର ଗିରଫ; ଟଙ୍କା, ମାରଣାସ୍ତ୍ର ଜବତ ।

0 577

ଭଞ୍ଜନଗର,୦୯/୦୮(ପିପିଟି):ଗତ କିଛିଦିନ ହେଲା ବନ୍ଦ ଘରକୁ ଟାର୍ଗେଟ କରି ଚୋରଦଳ ସକ୍ରିୟ ହୋଇ ଉଠିଛନ୍ତି।ଯାହା ଫଳରେ ଭଞ୍ଜନଗର ଥାନାର ଆଖପାଖ ଅଞ୍ଚଳ ସମେତ ଜାମପଲ୍ଲୀ, ଗାମୁଣ୍ଡି,ଗାଲେରୀ ଏବଂ ବେଲଗୁଣ୍ଠାରେ ମଧ୍ୟ ଚୋରି ବୃଦ୍ଧି ପାଇବାରେ ଲାଗିଛି।ଚୋରମାନେ ତାଲା ପଡ଼ିଥିବା ଘରର କବାଟ ଏବଂ ଗ୍ରିଲକୁ ଶାବଳ ରେ ତାଡ଼ି ଚୋରି କରୁଥିବା ଦେଖିବାକୁ ମିଳିଛି। ଗତ ମାସ ୨୧ତାରିଖରେ ସ୍ଥାନୀୟ କୁମୁଦିନି ବିହାରରେ ରହୁଥିବା ସ୍ୱାଧୀନ ବେହେରାଙ୍କ ଘରୁ ଚୋରି ହୋଇଥିଲା।ଅଭିଯୋଗ କୁ ଭିତ୍ତିକରି ଭଞ୍ଜନଗର ପୋଲିସ ଥାନାରେ କେସ ନଂ ୬୭୨/୨୪ରେ ଏକ ମାମଲା ରୁଜୁ କରିଥିଲା।ଅନୁସନ୍ଧାନ କରି ବେଲଗୁଣ୍ଠା ଥାନା ଉସ୍ତିଆ ଗ୍ରାମର ସୁଦର୍ଶନ ବେହେରା ଏବଂ ଭଞ୍ଜନଗର ଥାନା ବାଉଁଶଲୁଣ୍ଡିର ବଳରାମ ନାୟକ ଓରଫ ବଳିଆ କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଆସାମୀ ବଳିଆ ନାୟକଙ୍କ ଠାରୁ ୨୧,୯୦୦ ଟଙ୍କା ଏବଂ ସୁଦର୍ଶନ ବେହେରା ଙ୍କ ଠାରୁ ୪,୫୦୦ ଟଙ୍କା ଜବତ କରିବା ସହ ଗୋଟିଏ ଶାବଳ, ଖଣ୍ଡା ଏବଂ ଗୋଟେ ନିହାଣ ଏବଂ ଅନ୍ୟାନ ଜିନିଷ ଜବତ କରାଯାଇଛି।ଉଭୟ ଅଭିଯୁକ୍ତଙ୍କୁ ଅନ୍ୟାନ୍ୟ ଦଫା ସମେତ ଆର୍ମସ ଆକ୍ଟରେ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କୁମାର ମୁଦୁଲି କହିଛନ୍ତି।

ରିପୋର୍ଟ- (ଜେ. କେ ପଟ୍ଟନାୟକ)

Leave A Reply

Your email address will not be published.