ମାରଣାସ୍ତ୍ର ଦେଖାଇ ଆତଙ୍କ ସୃଷ୍ଟିକାରୀ ଯୁବକ ଗିରଫ ।

0 319

ଭଞ୍ଜନଗର, ୩/୮(ପିପିଟି):ଭଞ୍ଜନଗର ଥାନା ଅନ୍ତର୍ଗତ
ସାନକୋଡାଣ୍ଡା ଗ୍ରାମରେ ଶୁକ୍ରବାର ରାତିରେ ଲୋକଙ୍କୁ ଧମକଚମକ ଦେବା ସହ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ଏବଂ ଅଶ୍ଳୀଳ ବ୍ୟବହାର ପ୍ରଦର୍ଶନ ଘଟଣାରେ ଜଣେ ଯୁବକ ଗିରଫ ହୋଇଥିବା ଜଣାପଡିଛି।ସୂଚନା ମୁତାବକ ଉକ୍ତ ଗ୍ରାମର ଜୟ ବିଷୋୟୀଙ୍କ ପୁଅ ନିର୍ମଳ ବିଷୋୟୀ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ଗ୍ରାମରେ ଏକ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରିବା ସହ ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ମହିଳାଙ୍କ ସାମ୍ନାରେ ଉଲଗ୍ନ ହୋଇ ବୁଲିବାକୁ ନେଇ ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଥିଲା।ଉକ୍ତ ଏତଲାକୁ ଭିତ୍ତିକରି ପୋଲିସ ଭଞ୍ଜନଗର ଥାନା କେସ୍ ନଂ ୬୯୮/୨୪ରେ ଆର୍ମସ ଆକ୍ଟରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନିର୍ମଳକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଭଞ୍ଜନଗର ଥାନା ଅଧିକାରୀ କୁମାର ମୁଦୁଲି ପ୍ରକାଶ କରିଛନ୍ତି।

ରିପୋର୍ଟ- (ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.