ହୋସ ଉଡାଇଛି ପରିବା ଦର ଚିନ୍ତାରେ ଖାଉଟି ।

0 174

ବୋଲଗଡ଼୦୨/୦୮(ପିପିଟି):ସମ୍ପ୍ରତି ସାରା ରାଜ୍ୟରେ ଅହେତୁକ ପରିବା ଦରବୃଦ୍ଧି ହେତୁ ଦୈନଦିନ କଞ୍ଚା ପନିପରିବାଦି ପାକପ୍ରକ୍ରିୟା ହାଣ୍ଡିଶାଳ ଗୃହିଣୀମାନଙ୍କ ପାଇଁ ଲକ୍ଷ୍ମଣରେଖା ସଦୃଶ ଦେଖାଦେଇଛି।ତେବେ ଦୀର୍ଘ ଦିନ ଧରି ପନିପରିବା ଦର ଆକାଶଛୁଆଁ ଥିବାରେସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ମଜୁରିଆ ଓ ଖଟିଖିଆ କଞ୍ଚା ପନିପରିବା କ୍ରୟ କରିବା ଏକ ପ୍ରକାର ମେରୁଦଣ୍ଡକୁ ଭାଙ୍ଗିବା ସହ ପକେଟରେ ନିଆଁ ଲାଗିଛି।ସେହିପରି ଆଳୁ ଏକ ପରିବା ଯେକି ଗରିବ ଶ୍ରେଣୀ ଠାରୁ ବିତ୍ତ ଶ୍ରେଣୀ ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଶ୍ରେଣୀଭୁକ୍ତ ରହିଆସିଛି।ମାତ୍ର ଆଳୁ ଚଢା ଦର ଭାବେ ବଜାରରେ ଉଭା ହୋଇ ବର୍ତ୍ତମାନ କିଲୋ ପିଛା ୪୦ଟଙ୍କା, ବାଇଗଣ କିଲୋ ପିଛା ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କଞ୍ଚାଲଙ୍କା କିଲୋ ପିଛା ୧୦୦ ଟଙ୍କାରେ ବିକ୍ରି ହେଉଛି।ସେହିପରି କାଙ୍କଡ଼ ୮୦,ଦେଶୀ କାଙ୍କଡ଼ କିଲୋ ପିଛା ୨୨୦ରୁ ୨୫୦ ଟଙ୍କା ଦରରେ ବିକ୍ରି ହେଉଛି।କଞ୍ଚା କଦଳୀ ଗୋଟାପିଛା ୧୦ ଟଙ୍କା,ଝୁଡଙ୍ଗ କିଲୋ ୬୦ଟଙ୍କା, ଟମାଟୋ କିଲୋ ୬୦ଟଙ୍କା, ପୋଟଳ କିଲୋ ୮୦ ଟଙ୍କା, ଜହ୍ନିକିଲୋ ୬୦ ଟଙ୍କା, ଫୁଲକୋବି କିଲୋ ୮୦ ଟଙ୍କା, ବନ୍ଧା କୋବି କିଲୋ ୪୦ ଟଙ୍କା, ଭେଣ୍ଡି କିଲୋ ୭୦ ଟଙ୍କା, କାକୁଡି କିଲୋ ୬୦ ଟଙ୍କା, କଖାରୁ କିଲୋ ୨୦ ଟଙ୍କା, ମାଟିଆଳୁ କିଲୋ ପିଛା ଦର ୮୦ ଟଙ୍କାରେ ବଜାରରେ ବିକ୍ରି ହେଉଛି।ଏହିପରି ବଜାର ମାନଙ୍କରେ କୌଣସି ପରିବା ଦର ୬୦ଟଙ୍କାରୁ କମ ଭାବେ ବିକ୍ରି ହେଉନ ଥିବାରେ ଖାଉଟିଙ୍କ ପକେଟବଜାରରେ ଏକ ପ୍ରକାର ନିଆଁ ଲାଗିଛି। ଦ୍ୱିତୀୟତଃ ପବିତ୍ର ଶ୍ରାବଣ ମାସ ଚାଲି ଥିବାରେ ପ୍ରତ୍ୟେକ ଖାଉଟି ଶାକାହାରି ପରିବା ଉପରେ ଗୁରୁତ୍ୱ ଦେଉଥିବା ବେଳେ ପରିବା ଦରବୃଦ୍ଧିକୁ ନେଇ ଖାଉଟି ମାନଙ୍କର ଏକ ପ୍ରକାର ହୋସ ଉଡିଯାଉ ଥିବାର ଲକ୍ଷ୍ୟ କରାଯାଉଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.