ସ୍ୱର୍ଗତ କଳ୍ପତରୁ ଦାସଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ।

0 344

ଯାଜପୁର,୨୫/୦୭(ପିପିଟି):ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ୰କଳ୍ପତରୁ ଦାସଙ୍କ ୯ମ ଶ୍ରାଦ୍ଧ ବାର୍ଷିକ ଅବସରରେ ଆଜି ସକାଳ ୧୦ ଘଟିକା ସମୟରେ କଳ୍ପତରୁ ଦାସ ଷ୍ଟାଡିୟମ୍ ଜାରକା ଠାରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ପ୍ରିୟନାଥ ମହାପାତ୍ର ସଭାପତିତ୍ୱ କରିଥିବାବେଳେ ସମ୍ମାନିତ ଅତିଥିଭାବେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ପୂର୍ବତନ ସାସଂଦ ଯାଜପୁର ରୀତା ତରାଇ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି, ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ, ରସୁଲପୁର ବ୍ଲକ୍ ଅଧ୍ୟକ୍ଷ ଅରୁଣ କୁମାର ରାଉତ ଯୋଗଦେଇଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ ଜଳଧର ମହାନ୍ତି, ସୁଧାଂଶୁ ଭୂଷଣ ସାହୁ, ଚକ୍ରଧର ବେହେରା,ଜିଲ୍ଲାପରିଷଦ ସଭ୍ୟା ପ୍ରଣତୀ ଲେଙ୍କା,ସ୍ମୃତିରେଖା ବେହେରା ଓ ୩୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ମମତା ଖୁିଆ ଯୋଗଦେଇଥିଲେ। ଏହି ସଭାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ବକ୍ତବ୍ୟରେ କହିଥିଲେ ମୋର ବାପା ସ୍ୱର୍ଗତ କଳ୍ପତରୁ ଦାସଙ୍କ ଅବଦାନ ଧର୍ମଶାଳା ବାସୀଙ୍କ ପାଇଁ ରହିଛି । ଯେତେବେଳେ ସ୍ୱର୍ଗତ କଳ୍ପତରୁ ଦାସ ଧର୍ମଶାଳାର ବିଧାୟକ ଥିଲେ ସେତେବେଳେ ସେ ଧର୍ମଶାଳାର ବିକାଶର ସ୍ୱପ୍ନ ଦେଖିଥିଲେ ଓ ମୁଁ ୨୦୧୪ ମସିହାରେ ବିଧାୟକ ହେବାପରେ ଧର୍ମଶାଳା ବାସୀଙ୍କ ପାଇଁ ବହୁତ କିଛି କରିଛି, ମୋର ବାପାଙ୍କ ସ୍ୱପ୍ନ ପୂରଣ କରିବାପାଇଁ ଧର୍ମଶାଳା ବିକାଶର ପ୍ରୟୋଗଶାଳା କୁ ମୁଁ ଆଗକୁ ନେଇଛି । ଧର୍ମଶାଳା ବାସୀଙ୍କର ଭଲପାଇବା ଏପର୍ଯ୍ୟନ୍ତ ବି ମୋ ପ୍ରତି ରହିଛି ଏବଂ ମୁଁ ଜୀବନର ଶେଷ ରକ୍ତବିନ୍ଦୁ ଥିବାଯାଏଁ ଧର୍ମଶାଳା ବାସୀଙ୍କ ସେବା କରିବି ଆପଣ ମାନଙ୍କ ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ଆର୍ଶୀବାଦ ରହିଥିଲେ କିଛି ପଦବୀ ନଥିଲେ ମଧ୍ୟ ଧର୍ମଶାଳାକୁ ଆଗକୁ ନେଇ ପାରିବି ବୋଲି ପ୍ରଣବ ବଳବନ୍ତରାୟ ଜନସାଧାରଣଙ୍କୁ ଉକ୍ତ ସଭାରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜଳଧର ସାହୁ,ଲୋକନାଥ ପା,ସନ୍ତୋଷ କୁମାର ଜେନା,ଦୁଶାସନ ସାହୁ, ଅମରେନ୍ଦ୍ର ରାୟ,ରେଣୁବାଳା ଶତପଥୀ, ମମତା ଦପାଟ,କ୍ଷିତୀଶ କୁମାର ନାୟକ, ଜଗଦାନନ୍ଦ ରାଉତ,ସୌମ୍ୟପ୍ରକାଶ ବିଶ୍ୱାଳ, କ୍ଷିରାବ୍ଧୀ ତନୟା ମଲ୍ଲିକ୍,ନିର୍ମଳ ପ୍ରଧାନଙ୍କ ସମେତ ନିର୍ବାଚନ ମଳୀର ବିଭିନ୍ନ ପାୟତର ସରପ, ସମିତି ସଭ୍ୟ/ସଭ୍ୟା, ବ୍ଲକ୍ ଓ ଜିଲ୍ଲା କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ଏବଂ ଶେଷରେ ନିରଞ୍ଜନ ବଳ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ- ଅକ୍ଷୟ ରାଉତ।)

Leave A Reply

Your email address will not be published.