ସୁବର୍ଣ୍ଣପୁର ,୨୪/୦୭(ପିପିଟି): ଜିଲ୍ଲାର ଶିକ୍ଷା ବ୍ୟବସ୍ଥା କୁ ସୃଦୁଢ ତଥା ଛାତ୍ର ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ପ୍ରଦାନ ପୂର୍ବକ ଜିଲ୍ଲାର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶତପ୍ରତିଶତ ସଫଳତା ନିମନ୍ତେ ସମସ୍ତ ବିଦ୍ୟାଳୟ କତୃପକ୍ଷ ଯତ୍ନବାନ ହେବାକୁ ଆଜି ଅନୁଷ୍ଠିତ ସମୀକ୍ଷା ବୈଠକରେ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ବୈଠକର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ଦାସ ଜିଲ୍ଲାର ସମସ୍ତ ୬ ଗୋଟି ଓଡିଶା ଆଦର୍ଶ ବିଦ୍ୟାଳୟର ସ୍ଥିତି, ଗତ ପାଇଁ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଛାତ୍ର ଛାତ୍ରୀଙ୍କ ସଫଳତା ହାର, ତଥା ବିଦ୍ୟାଳୟ ରେ ରହିଥବା ବିଭିନ୍ନ ସମସ୍ୟା ଉପରେ ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଅଧକ୍ଷା ଙ୍କୁ ପଚାରି ବୁଝିବା ସହ ଶିକ୍ଷା ଦାନ ଉପରେ ଆବଶ୍ୟକ ତଥ୍ୟ ପଚାରିବୁଝିଥିଲେ। ଜିଲ୍ଲାରେ ଛାତ୍ର ଛାତ୍ରୀ ଯେପରି ଭଲ ରେଙ୍କ ରଖି ବିଦ୍ୟାଳୟ ର ସଫଳତା ହାର ବୃଦ୍ଧି ହେବ ସେଥିପ୍ରତି ଯଥେଷ୍ଟ ପ୍ରଯତ୍ନ କରିବାକୁ ନିର୍ଦେଶ ଦେଇଛନ୍ତି l ପୁନଶ୍ଚ ବୈଠକରେ ପୋଲିଟେକନିକ ଅନୁଷ୍ଠାନ / ଆଇ ଟି ଆଇ ସହ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଉପରେ ଆବଶ୍ୟକ ସମୀକ୍ଷା କରିଛନ୍ତି।ବୈଠକରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଜିଲ୍ଲା ନିୟୋଜନ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅତିରିକ୍ତ ବନ ସଂରକ୍ଷଣ ଅଧିକାରୀ, ଅଧିକ୍ଷଣ ଯନ୍ତ୍ରୀ ପି ଡବ୍ଲୁ ଡି, ନିର୍ବାହୀ ଅଧିକାରୀ ପୌରପରିଷଦ, ସୋନପୁର, ନିର୍ବାହୀ ଯନ୍ତ୍ରୀ ପି ଏଚ ଡି, ନିର୍ବାହୀ ଯନ୍ତ୍ରୀ ଆର ଡବ୍ଲୁ ଏସ ଏସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଅଧ୍ୟକ୍ଷ ଶିଳ୍ପ ତାଲିମ କେନ୍ଦ୍ର,ସୋନପୁର ଓ ବୀରମହାରାଜପୁର, ଅଧ୍ୟକ୍ଷ ପୋଲିଟେକନିକ, ସମସ୍ତ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ଶିକ୍ଷା ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ