ମୁଗମଣ୍ଡା ଓ ସିମାପଲ୍ଲୀର ନୂଆସାହିକୁ ଯାଇଥିବା ରାସ୍ତା ଖାଲଖମା, ଯାତାୟତରେ ଅସୁବିଧା।

0 374

ବୋଲଗଡ଼,୨୩/୦୭ (ପିପିଟି): ପୂର୍ବରୁ ସରକାରଙ୍କ ଦ୍ୱାରା ବହୁ ଯୋଜନାରେ ଗ୍ରାମ ଦାଣ୍ଡ ଓ ଗ୍ରାମୀଣ ଲୋକଙ୍କ ଚଳ ପ୍ରଚଳ ପାଇଁ ନୂତନ ମାଟି ରାସ୍ତା ଓ ସାହି ରାସ୍ତା କଂକ୍ରିଟ ପକ୍କା ସଡକ ଅବା ପିଚୁ ରାସ୍ତା ନିର୍ମାଣ ହୋଇ ଆସୁଥିଲେ ହେ ଏଯାବତ ବୋଲଗଡ଼ ବ୍ଲକରେ ଅନେକ ଗ୍ରାମ ରାସ୍ତା ଅଧା ପାନ୍ତରୀୟ ହୋଇ ପଡି ରହି ଥିବା ବେଳେ ଗୋପାଳପୁର ଗ୍ରାମ ପଂଚାୟତରେ ମଧ୍ୟ କେତକ ୱାର୍ଡରେ ରାସ୍ତା କାମ ହୋଇ ପାରିନାହିଁ, କେଉଁ ଗ୍ରାମରେ କଂକ୍ରିଟ ରାସ୍ତା ସମ୍ପୂର୍ଣ୍ଣ ହୋଇ ନଥିବା ବେଳେ ଆଉ କେତୋଟି ଗାଁ ଦାଣ୍ଡ ଅବା ବାରିତଳ ରାସ୍ତା ଖାଲ ଖମା ପାଣି କାଦୁଅରେ ପଡି ରହିଥିବା ଦେଖିବାକୁ ମିଳିଛି l ବର୍ଷାଦିନେ ଯାତାୟାତରେ ବହୁ ଅସୁବିଧାର ସମୁଖୀନ ହେବାକୁ ପଡୁଛି l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁଗମଣ୍ଡା ଗ୍ରାମ ରାସ୍ତା ଯାହାକି ବେଗୁନିଆ ଲୋଧାଚୁଆ ପି.ଡବ୍ଲୁ.ଡି. ରାସ୍ତାରୁ ମୁଗମଣ୍ଡା ଆଶ୍ରମ ସମୁଖ ଦେଇ ବୋରିକୋ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ରାସ୍ତାରେ ସଂଯୋଗ ହୋଇଥିବା ଦକ୍ଷିଣ ଓ ଉତ୍ତର ପଟ ଦୁଇଟି ଯାକ ରାସ୍ତା ଖାଲ ହୋଇ ପାଣି ଜମି ରହୁଥିବା ଯୋଗୁଁ ସର୍ବ ସାଧାରଣ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗିବାକୁ ପଡୁଛି। ଆଗରୁ ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତାବ ଉପସ୍ଥାପନ ହୋଇ ଗୃହୀତ ହୋଇଥିଲେ ହେଁ ଏଯାବତ କୌଣସି ଭାବେ ରାସ୍ତା କାର୍ଯ୍ୟ ହୋଇ

ପାରି ନାହିଁ l ତୁରନ୍ତ ଏହି ରାସ୍ତାକାମ କରିବା ପାଇଁ ପ୍ରଶାସନକୁ ବୁଦ୍ଧିଜୀବୀମାନେ ନିବେଦନ କରୁଛନ୍ତି। ସେହିପରି ତାଳତୁମ୍ବ ବଜାର ଠାରୁ ସିମାପଲ୍ଲୀ ଗ୍ରାମକୁ ନୂତନ ଭାବେ ସଂଯୋଗ ହୋଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କକୁ କ୍ରସ୍ କରି ସୀମାପଲ୍ଲୀ ସ୍କୁଲ ସାମନାରେ ନୁଆସାହି ବଥୁଆ ମୌଜା ପର୍ଯ୍ୟନ୍ତ ଦେଇ ଯାଇଥିବା ୮୦୦ମିଟର ରାସ୍ତା ଖାଲ ଖମା ଓ ପାଣି କାଦୁଅରେ ରାସ୍ତା ଟି ଖରାପ ହୋଇଯାଇଛି। କିନ୍ତୁ ଏହି ରାସ୍ତା ଏବେ ସ୍ଥାନୀୟ ଲୋକ ଏବଂ ନୂଆ ସାହିର ଲୋକ ମାନଙ୍କ ପାଇଁ ପାଲଟିଛି ମରଣଯନ୍ତା । ସାଧାରଣ ମୋଟର ସାଇକେଲ,ସାଇକେଲ ରେ ଯିବାକୁ ଲୋକେ ଭୟକରୁଛନ୍ତି। ଅଙ୍ଗନୱାଡିପିଲା, ସ୍କୁଲପିଲା ଏବଂ କଲେଜ କୁ ଯାଉଥିବା ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଏଥିରେ ଯାତାୟତ କରିବା ପାଇଁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।ତେଣୁ ସେହି ରାସ୍ତାକୁ ତୁରନ୍ତ ସଜାଡ଼ିବା ପାଇଁ ସିମାପଲ୍ଲୀ ନୂଆ ସାହିର ବାସିନ୍ଦା ଏବଂ ସ୍ଥାନୀୟ ଲୋକମାନେ ମାନେ ଦାବି ରଖିଛନ୍ତି ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.