ବୋଲଗଡ଼, ୦୮/୦୭(ପିପିଟି):ବୋଲଗଡ଼ ଶିକ୍ଷାବ୍ଲକ ଅଧିନସ୍ଥ ୨୮ ଟି ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ୨୦୨୪ମାଟ୍ରିକ ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ୨୮ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ସହିତ ସମସ୍ତ ଏ୧ଗ୍ରେଡ୍ଧାରୀଙ୍କୁ ‘ସାରିଆ ଭଗବାନ ମହତ୍ୱ ମେମୋରିଆଲ ଟ୍ରଷ୍ଟ’, ଚିଲିକା ତରଫରୁ ଆସନ୍ତା ୧୪ତାରିଖ ରବିବାର ଦିନ ବାମନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧିତ କରିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟର ସଭାପତି ପ୍ରମୋଦ କୁମାର ସ୍ୱାଇଁ ଓ ସମ୍ପାଦକ କୁନା ମହତ୍ୱଙ୍କ ମିଳିତ ଆବାହକତ୍ୱରେ ଉକ୍ତ ସମ୍ବର୍ଦ୍ଧନା ସମାରୋହରେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ କୁମାର ସାହୁ, ଅଖିଳ ଭାରତୀୟ ଶୈକ୍ଷିକ ମହାସଂଘ, ଓଡିଶାର ସଙ୍ଗଠନ ସମ୍ପାଦକ ନିରଞ୍ଜନ ମହାନ୍ତି, ବୋଲଗଡ଼ ବ୍ଲକ ଅଧ୍ୟକ୍ଷା ହୁଲାସ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ବୋଲଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ବାମନ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପୀତବାସ ଲେଙ୍କା, ଉଭୟ ବୋଲଗଡ଼ ଓ ଚିଲିକା ପ୍ରାକ୍ତନ ସହଗୋଷ୍ଠୀ ଶିକ୍ଷାଧିକାରୀ ତଥା ମଣ୍ଡଳ ସଂଯୋଜକ ପଦ୍ମ ଚରଣ ବେହେରା ଏବଂ ନୀଳାଦ୍ରି ଭୂଷଣ ଦାଶ, ବୋଲଗଡ଼ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ମଣ୍ଡଳ ସଂଯୋଜକ କୈଳାସନାଥ ସ୍ୱାଇଁ, ପରିବେଶବିତ୍ ଓ ଲକ୍ଷ୍ମଣ ରେଖା ପତ୍ରିକାର ସମ୍ପାଦକ ଧନେଶ୍ୱର ବିଧାର ଓ ପାଞ୍ଚଗଡ଼ ସୃଜନଶୀଳ ସମିତିର ଉପସଭାପତି ନିରଞ୍ଜନ ନାୟକ ଯୋଗ ଦେବାପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି । ପୂର୍ବାହ୍ନ ୧୦ଘଟିକାରେ ଆରମ୍ଭ ହେବାକୁ ଥିବା ଉପରୋକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମ୍ମାନିତ ହେବାକୁଥିବା ସମସ୍ତ ବିଦ୍ୟାର୍ଥୀ, ସେମାନଙ୍କ ପିତା କିମ୍ବା ମାତା ଏବଂ ସମସ୍ତ ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ନିର୍ଦ୍ଧରିତ ସ୍ଥାନ ଓ ସମୟରେ ଯୋଗଦେବା ପାଇଁ ଟ୍ରଷ୍ଟର ସଭାପତି ଶ୍ରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)