ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟକାଳୀନ ସମ୍ଭର୍ଦ୍ଧନା

0 80

ସୁବର୍ଣ୍ଣପୁର ,୦୧/୦୭(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଭଜବଳପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିନିତା ଗୁରୁ ଙ୍କ କ୍ଳଷ୍ଟର ସ୍ତରୀୟ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।ସିଆରସିସି ରାଜେନ୍ଦ୍ର ଜଗଦଲା ଙ୍କ ଅଧ୍ୟକ୍ଷତାରେ ହିକୁଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପ୍ରଧାନଶିକ୍ଷକ କ୍ଷେତ୍ରବାସୀ ସାହୁ ଓ ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚର ସଭାପତି ସିତାଂଶୁ ଶେଖର ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ବାକ୍ ଦେବୀ ସରସ୍ଵତୀଙ୍କ ଠାରେ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା ଏବଂ ତା ପରେ ପରେ ଶିକ୍ଷକ ବ୍ୟୋମକେଶ ତ୍ରିପାଠୀ ଓ ଗୋପାଳ ମେହେର ବିଦାୟୀ ପ୍ରଧାନ ଶିକ୍ଷୟତ୍ରୀ ଓ ସମ୍ମାନିତ ଅତିଥିଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।ଏହି ଅବସରରେ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ମିଶ୍ର ଓ ଶିକ୍ଷକ ବ୍ୟୋମକେଶ ତ୍ରିପାଠୀ ତାଙ୍କ ଅଭିଭାଷଣ ରଖି ଶିକ୍ଷୟତ୍ରୀ ଗୁରୁ ଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ତାଙ୍କର ସୁସ୍ଥ ନିରାମୟ ଅବସର କାଳୀନ ଜୀବନ କାମନା କରିଥିଲେ। ବିଦାୟ କାଳୀନ ସଭାରେ କ୍ଲଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ।ଶେଷରେ ଶିକ୍ଷକ କ୍ଷେତ୍ରବାସୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.