ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ।

0 50

ସୁବର୍ଣ୍ଣପୁର ,୨୬/୦୬(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ବିଶ୍ୱ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ. ସି. ସି. କେଡ଼େଟ ଓ ବିଭିନ୍ନ ସ୍ଵେଚ୍ଛାସେଵୀ ସଂଗଠନ ଦ୍ଵାରା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଆୟୋଜିତ ସଚେତନତା ରଥ ଓ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରା ପରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସଭାଗୃହରେ ଦିବସ ଉପଲକ୍ଷେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନିଶା ଦ୍ରବ୍ୟ ର ଅପବ୍ୟବହାର ଓ ଅନୈତିକ ଚାଲାଣ ଦ୍ୱାରା ବ୍ୟକ୍ତି ତଥା ସମାଜରେ ଏହାର କୁପ୍ରଭାବ ଉପରେ ବକ୍ତବ୍ୟ ପ୍ରଦାନ କରି ନିଶା ଏକ ସାମାଜିକ ବ୍ୟାଧି ବୋଲି କହିଥିଲେ l ଏହାକୁ ସମାଜ ର ପ୍ରତ୍ୟକ ସ୍ତରରେ ପ୍ରତିରୋଧ କରିବାକୁ ପ୍ରଯତ୍ନ ହେବା ସହ ବିଶେଷ ଭାବେ ଯୁବ ଗୋଷ୍ଠୀ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ସହ ଦିବସ ପାଳନ ର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ । ସଭାରେ ସମ୍ମାନିତ ଅତିଥିଭାବେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀଣ ସାମଲ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମେହେର ପ୍ରମୁଖ ଯୋଗଦାନ କରି ନିଶା ଦ୍ରବ୍ୟ ଅପବ୍ୟବହାର ଓ ବେଆଇନ ଚାଲାଣ ର କାରଣ, ନିରାକରଣ ତଥା ସମଗ୍ର ଜନ ଜୀବନରେ ଏହାର କୁ ପ୍ରଭାବ ଉପରେ ନିଜ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ l ସଭାରେ ସାଧନ କର୍ମୀ ଭାବେ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସୋନପୁର ର ଭଉଣୀ ଅର୍ପିତା ଏବଂ ସାମାଜିକ କର୍ମୀ ରାଜୀବ ଲୋଚନ ନାୟକ ନିଶା ନିବାରଣ ଉପରେ ସଚେତନତା ବକ୍ତବ୍ୟ ପ୍ରଦାନ କରି ନିଶା ଅପବ୍ୟବହାର ଓ ଅନୈତିକ ଚାଲାଣ ର ଭୟାବହ ପରିଣାମ ଉପରେ ମତବ୍ୟକ୍ତ କରିଥିଲେ l ନିଶା ର ଅପବ୍ୟବହାର ପରୋକ୍ଷ ଅବା ପ୍ରତ୍ୟକ୍ଷ ଭାବେ ସମାଜରେ ଅନୈତିକ କାର୍ଯ୍ୟ କଳାପ କୁ ଉତ୍ସାହିତ କରୁଥିବା ବେଳେ ଆମର ଦୃଢ଼ ମାନସିକତା ନିଶା ରୂପକ ରାକ୍ଷସ କୁ ପ୍ରତିହତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ l ନିଶା ସେବନ ଓ ଏହାର ଅପବ୍ୟବହାର କରି ପଥ ଭ୍ରଷ୍ଟ ହୋଇ ପରେ ନିଶା ନିବାରଣ କେନ୍ଦ୍ର ମାଟୁପାଲି ଓ ତରଭା ଦ୍ୱାରା ଲାଭାନ୍ୱିତ ୩ ଜଣବ୍ୟକ୍ତି ଙ୍କୁ ସଭାରେ ପ୍ରଶାସନ ତରଫରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଦିବସ ଉପଲକ୍ଷେ ଅନୁଷ୍ଠିତ ତର୍କ, ରଚନା ଲିଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ସଭାରେ ସମ୍ବର୍ଦ୍ଧିତ କରାଯାଇଥିଲା l

ଅନୁଷ୍ଠିତ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ସାଧାରଣ ସମ୍ପାଦକ, ରେଆର ଅନଙ୍ଗ ନେଗୀ, ଭିନ୍ନକ୍ଷମ ଅଭିଭାବକ ସଂଘ ଏବଂ ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତା ଏବଂ ସମସ୍ତ ବ୍ଲକ ର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ, ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ l ସଭା ଶେଷରେ ସମସ୍ତେ ଏକଜୁଟ ହୋଇ ନିଶା ମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରିଥିଲେ । ସଭାକୁ ବିଦ୍ୟାପତି ପଣ୍ଡା ସଂଯୋଜନା କରିଥିବା ବେଳେ ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ପ୍ରଭାସ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁବର୍ଣ୍ଣପୁର ର କର୍ମଚାରି ରାକେଶ କୁମାର ମିଶ୍ର, ଜନ୍ମେଜୟ ମହାକୁର, ଉମାକାନ୍ତ ହୋତା, ସମୀକ୍ଷା ପୁରୋହିତ, ସୋନିଆ ବରିହା, ଗୁପ୍ତେଶ୍ୱର ପଧାନ ଏବଂ ରେଆର, ରାଧା ଏବଂ ଏନ.ଆର.ଡି.ସି. ର ସ୍ଵେଚ୍ଛାସେବୀ ସଭାକୁ ସଫଳ କରିବାରେ ବିଶେଷ ସହଯୋଗ କରିଥିଲେ ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.