କାଲିମେଳା ଡାକ୍ତର ଅମ୍ଳାନ କର୍ଣ୍ଣାଟକରୁ ଉଦ୍ଧାର ।

0 48

ମାଲକାନଗିରି ,୦୫/୦୬)ପିପିଟି) : କାଲିମେଳା ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ କୁମାର ଭୋଇଙ୍କୁ ପୋଲିସ ଉଦ୍ଧାର କରିଛି । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏସପି । ସେ ସୁରକ୍ଷିତ ଏବଂ ସ୍ବାଭାବିକ ଅଛନ୍ତି । ତାଙ୍କୁ କର୍ଣ୍ଣାଟକରେ ଠାବ କରାଯାଇ ମାଲକାନଗିରି ଅଣାଯାଉଛି ।
ଗତ ପାଞ୍ଚ ଦିନ ତଳେ ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ କୁମାର ଭୋଇ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଗତ ୧ ତାରିଖ ରାତିରେ ସେ ଡ୍ୟୁଟି ସାରି ସରକାରୀ ବାସଭବନକୁ ଯାଇଥିଲେ । ତେବେ ତା’ପର ଠାରୁ ତାଙ୍କର ଆଉ କୌଣସି ଖୋଜଖବର ମିଳି ନଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ଏନେଇ ଗତ ୨ ତାରିଖରେ କାଲିମେଳା ଥାନାରେ ଏତଲା ଦେଇଥିଲେ। ପୋଲିସ ତାଙ୍କ ଘରେ ପହଞ୍ଚି ତଦନ୍ତ କରିବା ପରେ ସେଠାରୁ ମୋବାଇଲ ଓ ବାଇକ୍ ଜବତ କରିଥିଲା। ତାଙ୍କୁ ନକ୍ସଲମାନେ ଅପହରଣ କରି ନେଇଯାଇଥିବା ଚର୍ଚ୍ଚା ହେଉଥିଲା । ଘଟଣା ସ୍ଥଳରେ ଏକ ଚିଠି ମଧ୍ଯ ଛାଡାଯାଇଥିବା କୁହାଯାଇଥିଲା। କିନ୍ତୁ ପୋଲିସ ମାଓବାଦୀ ଅପହରଣକୁ ଖଣ୍ଡନ କରିଥିଲେ। ତେବେ ଡାକ୍ତର ଅମ୍ଳାନଙ୍କୁ ପୋଲିସ କର୍ଣ୍ଣାଟକରୁ ଉଦ୍ଧାର କରାଯାଇଛି ।
ମାଲକାନଗିରି ରେ ପହଞ୍ଚିଲା ପରେ କାହିଁକି ଏବଂ କିଏ ତାଙ୍କୁ ଅପହରଣ କରି ନେଇଥିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରବ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.