ବେଗୁନିଆରେ ଗଡ଼ ବଜାୟୀ ରଖିଲା ବିଜେଡି।

0 110

ବେଗୁନିଆ-ବୋଲଗଡ଼,୦୫/୦୬(ପିପିଟି):ଚଳିତ ସାଧାରଣ ନିର୍ବାଚନରେ ୧୧୬ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ସାହୁ ନିକଟତମ ବିଜେପି ପ୍ରାର୍ଥୀ ପ୍ରକାଶ ରଣବିଜୁଳିଙ୍କୁ ବହୁ ଭୋଟରେ ପରାସ୍ତ କରି ବିଜୟୀ ହୋଇ ଛନ୍ତି।ପ୍ରକାଶ ଥାଉକି ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ଦଳ ୨୦୧୪,୨୦୧୯ ,୨୦୨୪ରେ ବିଜୟୀ ହୋଇଛି। ଲାଗତର ତିନି ତିନି ଥର ବିଜେଡି ଦଳ ବିଜୟୀ ହୋଇ ତାର ଗଡ଼କୁ ବଜାୟୀ ରଖିଛି।ଆଜି ସକାଳ୮ ଟା ସମୟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରୁ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ ଆଗୁଆ ରହି ବର୍ତ୍ତମାନ ସୁଦ୍ଧା ୯୦୧୧୦ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ୪୨୪୯୪ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀ ବଲ୍ଳଭ ପଟନାୟକ ୧୭୯୩୩ ଖଣ୍ଡ ଭୋଟ ପାଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ପାଞ୍ଚ ଅଙ୍କ ବିଶିଷ୍ଟ ସଂଖା ଛୁଇଁ ନଥିବା ବେଳେ ୯୯୦ ଜଣ ନୋଟାରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ଆଜି ସକାଳୁ ସକାଳୁ ପ୍ରଦୀପ କୁମାର ସାହୁ ଅଟ୍ରିସ୍ଥିତ ଏକାଦଶ ରୁଦ୍ର ପ୍ରଭୁ ହଟକେଶ୍ୱର ଦେବଙ୍କୁ ପୂଜାର୍ଚନା କରି ପ୍ରଭୁଙ୍କ ନିକଟରେ ସରଣାପର୍ଣ୍ଣ ହୋଇଥିଲେ। ଅପରାହ୍ନ ସୁଦ୍ଧା ୨୦ହଜାର ଭୋଟରୁ ଉର୍ଦ୍ଧରେ ଆଗୁଆ ରହି ସୃଦୃଢ଼ ସ୍ଥିତିରେ ପହଂଚିବା ପରେ ପ୍ରଭୁଙ୍କ ଦର୍ଶନକରି ବାଘମାରୀସ୍ଥିତ ଦଳୀୟ କାର୍ଯ୍ୟାଳୟ ପରେ ଖୋର୍ଦ୍ଧାସ୍ଥିତ ବାସ ଭଵନରେ ପହଁଚିଥିଲେ। ପରେ ବହୁ ସମର୍ଥକ ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଦୀପ ନିଜ ପ୍ରତିକ୍ରିୟାରେ କହିଛନ୍ତି ବେଗୁନିଆ ବୋଲଗଡ଼ ଅଞ୍ଚଳ ଜନ ସାଧାରଣଙ୍କ ମୌଳିକ ସମସ୍ୟାକୁ ଗୁରୁତ୍ୱ ଦେଇ ସରକାରଙ୍କ ନିକଟରେ ଉପସ୍ଥାପନା କରି ତାହାର ସମାଧାନ ତାଙ୍କର ପ୍ରାଥମିକ କାର୍ଯ୍ୟ ହେବ। ଅନ୍ୟପଟେ ବିଜେଡି ସରକାର ପତନ ନେଇ ପ୍ରଦୀପ କହିଲେ ସେ ନିଜେ ତିନି ତିନିଥର ହାରିବା ପରେ ଏମାଟିର ଜନସାଧାରଣ ତାଙ୍କୁସେବା କରିବାର ସୁଯୋଗ ଦେଇଛନ୍ତି।ସେଭଳି ସରକାରର ଉଥାନ, ପତନ ଲାଗି ରହିଛି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.