ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଲେ ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ।

0 301

ସୁବର୍ଣ୍ଣପୁର ,୧୬/୦୫(ପିପିଟି) : ରାଜ୍ୟ ସରକାର ତଥା ବିଜେଡି ଉପରେ ବାର୍ଷିଲେ ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର l ଆଜି ସୋନପୁର ବିଜେପି ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଏକ ସାମ୍ୱାଦିକ ସମ୍ମିଳନୀ ର ଆୟୋଜନ କରି କହିଥିଲେ ଯେ, ଏଥର ସାଧାରଣ ନିର୍ବାଚନ ଖୁବ୍ ଗୁରୁତ୍ୱପୂର୍ଣ୍ଣ l କାରଣ ପ୍ରତି ବର୍ଗ ର ଲୋକ ଙ୍କୁ ମୌଳିକ ସୁବିଧା ଯୋଗାଇ ବାରେ ପୁରା ଫେଲ୍ ମାରିଥିବା ଓ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶା ବାସୀ ଙ୍କୁ ପ୍ରତାରିତ କରିଚାଲିଥିବା, ଧୋକା ଦେଇ ଥିବା ଓ ଠକି ଚାଲିଥିବା ନବୀନ ସରକାର ଙ୍କୁ ଗାଦି ଚ୍ୟୁତ କରିବାକୁ ପ୍ରତ୍ୟେକ ଗାଁ ରେ ଲୋକେ ମନସ୍ଥ କରି ସାରିଛନ୍ତି l କେବଳ ଜିଲ୍ଲା ଘୋଷଣା କରି ସୋନପୁର ବାସୀ ଙ୍କୁ ଖୁସି କରିବା ଛଡ଼ା ଆଉ କିଛି ନୁଆ ପ୍ରକଳ୍ପ କରିପାରିନାହିଁ ଏହି ସରକାର l ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲା ରେ ଏପର୍ଯ୍ୟନ୍ତ କୌଣସି ଶିଳ୍ପ ହୋଇପାରିଲା ନାହିଁ l ରାମେଶ୍ଵର ତ୍ରିବେଣୀ ସଙ୍ଗମ, ପାପକ୍ଷୟ, ପାତାଳୀ ଶ୍ରୀ କ୍ଷେତ୍ର, ଭୀମ ଭୋଇ ପୀଠ ଭଳି ଜିଲ୍ଲା ର ସବୁ ପର୍ଯ୍ୟଟନ କ୍ଷେତ୍ର ର ବିକାଶ ରେ ଫେଲ୍ ମାରିଛି ବିଜେଡି ସରକାର l କେନ୍ଦ୍ର ସରକାରଙ୍କ ଅନୁଦାନ ଲୁଟ କରି ଠିକାଦାର ମାନଙ୍କ ସହ ଭାଗ ବଣ୍ଟା କରି ଚଳୁ କରିଛନ୍ତି l ରେଳ ସଂଯୋଗ କୁ ଜାଣି ଶୁଣି ଅବହେଳା କରିଛି, କୃଷି ଭିତ୍ତିକ ଶିଳ୍ପ କିଛି ଗଢି ଯୁବକ ଙ୍କୁ ରୋଜଗାର ଯୋଗାଇବାରେ, ଦାଦନ ରୋକିବାରେ, ସ୍ୱାସ୍ଥ୍ୟ ସେବା ସୁଧାରିବାରେ ପୁରା ଫେଲ୍ ମାରିଛି ଏହି ସରକାର l ଏ ମାଟିର ଅନେଗୁଡ଼ିଏ ପ୍ରତିଭା ଅଲୋଡ଼ା ହୋଇ ରହିଛନ୍ତି ଯାହାକି ଓଡ଼ିଶା ଜଗନ୍ନାଥ ପୀଠ ଓ ସୋନପୁର ଶକ୍ତି ପୀଠ ଆଉ ସହିବନି ଏ ଶାସନ କୁ l ରାମ ମନ୍ଦିର ପରେ ଏଥର ରାମ ରାଜ୍ୟ ପ୍ରତିଷ୍ଠା ହେବ ବୋଲି କହିଛନ୍ତି ଶ୍ରୀ ମହାପାତ୍ର l ଛତିଶ ଗଡ ମେଡିକାଲ୍ ପ୍ଲାଣ୍ଟ ବୋର୍ଡ କର୍ପୋରେସନ ର ଅଧ୍ୟକ୍ଷ (କ୍ୟାବିନେଟ୍ ପାହ୍ୟା) ଡଃ.ଜୟ ପ୍ରକାଶ ଶର୍ମା ଏହି ସାମ୍ୱାଦିକ ସମ୍ମିଳନୀ ରେ ଯୋଗ ଦେଇ ସୋନପୁର ନିର୍ବାଚନ ମଣ୍ଡଳୀ ସାରା ବୁଲି ଯାହା ଦେଖିଛି ଏଥର ନବୀନ ସରକାର ପ୍ରତି ଖାସ କରି ଭି. କେ. ପଣ୍ଡିଆନ ଶାସନ କୁ ଲୋକେ ପସନ୍ଦ କରୁନଥିବା ଓ ଲୋକେ ପରିବର୍ତ୍ତନ ମୁହାଁ ହୋଇଥିବା କହିଥିଲେ l ଏହି ସାମ୍ବାଦିକ ସମ୍ବିଳନୀ ରେ ମିଡ଼ିଆ ପ୍ରଭାରୀ ରାଜୀନ ବିଶି ଓ ନିରଞ୍ଜନ ତ୍ରିପାଠୀ ଙ୍କ ସମେତ ନଗର ସମ୍ପାଦକ କୁନା ବିଶ୍ଵାଳ ଯୋଗ ଦେଇଥିଲେ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.