ସିବିଏସଇ ଦ୍ଵାଦଶ ବିଜ୍ଞାନ ରେ ରାଜ୍ୟ ଓଏଭି ଟପ୍ପର ହେଲେ ସୁବର୍ଣ୍ଣପୁର ମାଟିର ଝିଅ କେ. ସ୍ନେହା ।

0 100

ସୁବର୍ଣ୍ଣପୁର ,୧୬/୦୫(ପିପିଟି) : ଚଳିତ ବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସ୍ଇ)ର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ ସୋନପୁର ପିପିଲିପାଲି ର ପରୀକ୍ଷା ଫଳାଫଳ ବେଶ ଉତ୍ସାହଜନକ ରହିଛି । ଦ୍ୱାଦଶ ବିଜ୍ଞାନ ବିଭାଗରେ ୫୫ ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୫୧ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ସେଥିରୁ କେ. ସ୍ନେହା ୯୬.୮% ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ଟପ୍ପର ହୋଇଛନ୍ତି । ଏହି ସଫଳତାରେ ବିଦ୍ୟାଳୟର ଅଧ୍ୟକ୍ଷ ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ବାପା ମା ଙ୍କୁ ଶ୍ରେୟ ଦେଇଛନ୍ତି ସୁଶ୍ରୀ ସ୍ନେହା l ଏ ସଫଳତା ରେ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅରୁଣ ମହାକୁର ଖୁସିବ୍ୟକ୍ତ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କଠିନ ପରିଶ୍ରମ ବଳରେ ବିଦ୍ୟାଳୟର ଗୌରବ ବଢ଼ି ଥିବାରୁ ସମସ୍ତ ଶିକ୍ଷକ ଙ୍କୁ ସାଧୁବାଦ ଜଣାଇଛନ୍ତି ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ରାଜ୍ଯ ଟପ୍ପର କେ ସ୍ନେହା କ୍ଲାସ ସେଭେନ୍ତ ରୁ ଦଶମ କ୍ଲାସ ଯାଏଁ ଏହି ବିଦ୍ୟାଳୟ ରେ ଟପ୍ପର ହୋଇ ଆସିଥିବା ବେଳେ ଜିଲ୍ଲା ସ୍ତରୀୟ ଡିବେଟ୍, ଏସ୍ ଏ, ପ୍ରତିଯୋଗୀତା ରେ ସବୁ ବେଳେ ସେ ପ୍ରଥମ ସ୍ଥାନ ଅଧିକାର କରିଆସୁଥିଲେ l ଓଲୋମ୍ପପେଡ ପରୀକ୍ଷା ରେ ମଧ୍ଯ ସେ ଶ୍ରେଷ୍ଠ ସ୍ଥାନ ରେ କୃତିତ୍ୱ ହାସଲ କରିଥିବା ଜଣା ଯାଇଛି l ଏ ସଫଳତା ପରେ କେ ସ୍ନେହା ଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଥିବା ବେଳେ ଆଗକୁ ସେ ଜଣେ ଡାକ୍ତର ହୋଇ ରୋଗୀ ଙ୍କୁ ଉତ୍ତମ ସେବା ଦେବାକୁ ଲକ୍ଷ୍ୟ ରଖିଛନ୍ତି l ସୋନପୁର ର ଜଣେ ଯୁବ ସଙ୍ଗଠକ ଯୁବ ନେତା ସଫଳ ଚାଷୀ ତଥା ବ୍ୟବସାୟୀ ଜନ୍ମଜୟ ପାତ୍ର ଓ ପୂର୍ଣ୍ଣିମା ପାତ୍ର ଙ୍କ ସୁନା ଝିଅ କେ ସ୍ନେହା l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.