ବୋଲଗଡ଼,୧୧/୦୫(ପିପିଟି): ଓଡିଶାର ପ୍ରତେକ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ବପର୍ବାଣୀ ରେ ହେଉ ଅବା କିଛି ଅବସର ସମୟ ରେ ପାରମ୍ପରିକ ଲୋକନୃତ୍ୟ ପ୍ରଚଳନ ରହିଥିଲା। ସେଥି ମଧ୍ୟରୁ କଣ୍ଢେଇ ନାଚ ଅନ୍ୟତମ। ସମୟ ଥିଲା କଣ୍ଢେଇ ନାଚର ବହୁତ ଚାହିଦା। ଏପରିକି ଗାଁ ଗହଳିରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ କଣ୍ଢେଇ ନାଚ ପଡିଲେ ପିଲା ମାନଙ୍କ ଠାରୁ ଆରମ୍ଭ କରି ବୟଷ୍କ ପର୍ଯ୍ୟନ୍ତ ଆଗ୍ରହ ସହକାରେ ଦେଖୁଥିଲେ।ରାମାୟଣ,ମହାଭାରତ ଓ ବିଭିନ୍ନ ପୌରାଣିକ ବିଷୟ ବସ୍ତୁ ଉପରେ ଚରିତ୍ର ମାନଙ୍କୁ ଏହି କଣ୍ଢେଇ ମାନଙ୍କ ଭିତରେ ଦେଖି ବାକୁ ମିଳୁଥିଲା।ଏହି କଣ୍ଢେଇ ନାଚ କୁ ୬ ରୁ ୭ଜଣ କଳାକାର ଆବଶ୍ୟକ। ତିନିଜଣ କଣ୍ଢେଇ ଗୁଡିକ ନଚାଉ ଥିବା ବେଳେ ଆଉ ୪ଜଣ ପାରମ୍ପାରିକ ହାରମୋନିୟମ,ଢୋଲିକି,ଝୁମୁକା ଓ ଗିନି ବଜାନ୍ତି। ବିଭିନ୍ନ ପ୍ରସଙ୍ଗରେ ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ ସହ ତାଳ ଦେଇ କଣ୍ଢେଇ ନାଚ ହୋଇ ଥାଏ।କଣ୍ଢେଇ ମାନଙ୍କୁ ଅଭିନୟ ଅନୁସାରେ ନାନାଦି ବେଶଭୂଷା କରାଇ ସୂତା କିମ୍ବା ତାର ଦ୍ୱାରା ସଂଯୋଗ କରାଇ ପରଦା ପଛରେ କଣ୍ଢେଇ ମାନଙ୍କୁ ନିୟତ୍ରିତ କରିଥାନ୍ତି। ଯାହାକି ସୁସଜ୍ଜିତ ମଞ୍ଚ ଉପରେ କଣ୍ଢେଇ ନାଚ ପଦର୍ଶିତ କରାଯାଇଥାଏ। ଯାହାକୁ ଦେଖିବା ପାଇଁ ଲୋକ ମାନେ ଚାତକ ଭଳି ଅନାଇ ବସୁଥିଲେ। କିନ୍ତୁ ପ୍ରଚାର ପ୍ରସାର ଅଭାବରୁ କଣ୍ଢେଇ ନାଚ ଲୋପ ପାଇବାକୁ ବସିଲାଣି। ସମୟ ବଦଳିବା ସାଙ୍ଗକୁ ଆଧୁନିକତା ଧସେଇ ପସିବାରୁ ଏଭଳି ଲୋକ କଳା କଣ୍ଢେଇ ନାଚ ଦେଖି ବାକୁ ମିଳୁନାହିଁ। ଏପରିକି ବର୍ତ୍ତମାନ ର ପିଲାମାନେ କଣ୍ଢେଇ ନାଚ କଣ ବୋଲି ପଚାରୁଛନ୍ତି। ଯଦି ସଂସ୍କୃତିବିଭାଗ ଏବଂ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସହଯୋଗ ଏବଂ ପ୍ରୋତ୍ସାହନ ଦିଗ ପ୍ରତି ଦୃଷ୍ଟି ଦେବେ ତେବେ ଏହି ଲୋକ କଳା କଣ୍ଢେଇ ନାଚ ପୁନଃରୁଦ୍ଧାର ହୋଇପାରିଲେ ଆଜିର ପିଢି ଏହାର ମନୋରଞ୍ଜନ ର ଫାଇଦା ନେଇ ପାରିବେ। ବିଶେଷ କରି ଯୁବ ପିଢି ଏହି କଳାପ୍ରତି ଆକୃଷ୍ଟ ହୋଇ ଆଗେଇ ଆସିବା ସହିତ ଏବଂ ପେସାଦାର କରିପାରିବେ ଯାହା ଦ୍ଵାରା ଏହି ପରି ଲୋକ କଳା ପିଢି ରୁ ପିଢି ଯାରି ରହିବ। ନଚେତ୍ ତହା ଇତିହାସ ହୋଇ ରହିଯିବ।
(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)