ମାଲକାନଗିରି ସରକାରୀ ସହାୟତାରୁ ବଞ୍ଚିତ ଦିବ୍ଯାଙ୍ଗ।

0 33

ମାଲକାନଗିରି,୧୬/୦୪(ପିପିଟି) : କାଲିମେଳା ବ୍ଲକ ଅନ୍ତର୍ଗତ ତଣ୍ଡାବାଇ ପଞ୍ଚାୟତ ଲାଛିପେଟା ଗାଁ ର ଦିବ୍ଯାଙ୍ଗ ସତ୍ୟନାରାୟଣ ମାଡକାମୀ ଦୀର୍ଘ ଦୁଇ ବର୍ଷ ହେଲା ଜିଲ୍ଲା ପ୍ରଶାସନ ନିକଟରେ ସରକାରୀ ସୁବିଧା ଲାଗି ଜଣାଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ସହାୟତା ପାଇ ନଥିବା ଜଣାପଡିଛି।ସୂଚନାରୁ ଜଣାପଡିଛି ଯେ ସତ୍ୟନାରାୟଣ ମାଡକାମୀ (୩୭)
ବାପା:ଉରା ମାଡକାମୀ ଦୁଇ ବର୍ଷ ତଳେ ନିଜ ଭଉଣୀକୁ ଧରି କାଲିମେଳା କଲେଜରେ ଭର୍ତ୍ତି କରି ଘରକୁ ଫେରିବା ବାଟରେ ଏକ ଟ୍ରକ୍ ତାଙ୍କୁ କୁନାନ ପଲ୍ଲୀ ଛକରେ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ସତ୍ଯକୁ ପ୍ରଥମେ କାଲିମେଳା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଡାକ୍ତର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପରେ ଉତ୍ତର ଚିକିତ୍ସା ପାଇଁ ପୁନଶ୍ଚ କୋରାପୁଟ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା। ସତ୍ୟନାରାୟଣଙ୍କ ଦକ୍ଷିଣ ଗୋଟି ଟ୍ରକ୍ ଚକା ମାଡ଼ି ଯାଇଥିବାରୁ ବାଧ୍ୟ ହୋଇ ଡାକ୍ତର ଗୋଡଟିକୁ କାଟି ଦେଇଥିଲେ। ଭଲ ହୋଇ ଘରକୁ ଆସିଲା ସତ୍ଯ । ହେଲେ ବାଡି ଖଣ୍ଡେ ଭରସା ପାଲଟି ଗଲା ସବୁ ଦିନ ପାଇଁ। ଦକ୍ଷିଣ ଗୋଡ କଟା ହେଲା ପରେ ଚଲାବୁଲାରେ ବାଧକ ସାଜିଲା ପରିସ୍ଥିତି।ହେଲେ ଟ୍ରାଇ ସାଇକେଲ ଖଣ୍ଡେ ଯାତାୟତ ପାଇଁ ଜିଲ୍ଲା ପ୍ରଶାସନ ଦେବାରେ ଅବହେଳା।ଏହା ବ୍ୟତୀତ ଦିବ୍ଯାଙ୍ଗ ଭତ୍ତା ପାଇବାରୁ ବଞ୍ଚିତ ସତ୍ଯ। ଆଜି ସମାଜସେବୀ ଲଳିତ ନାରାୟଣ ମାଡକାମୀ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଦରଖାସ୍ତ ଦେଲା ପରେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ପ୍ରତିଶୃତି
ପ୍ରଦାନ କରିଛନ୍ତି।ଦେଖା ଯାଉ ଦିବ୍ୟା ସତ୍ଯଙ୍କୁ କେବେ ସରକାରୀ ସୁବିଧା ପ୍ରାପ୍ତ ହେବ ଏବଂ ଅସହାୟକୁ କେବେ ସହାୟତା ମିଳିବ ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ , ମାଲକାନଗିରି)

Leave A Reply

Your email address will not be published.