ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବିପତ୍ର ପ୍ରଦାନ ।

0 304

ସୁବର୍ଣ୍ଣପୁର ,୧୫/୦୪(ପିପିଟି):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଚଢେଇ ପଙ୍କ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରବାହାଲି ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ l ଗ୍ରାମବାସୀ ପାନୀୟ ଜଳ ସମସ୍ୟା ପାଇଁ ଅନେକ ଥର ଗୁହାରି କରିଥିଲେ ମଧ୍ୟ କିଛି ସମାଧାନ ହୋଇପାରିନାହିଁ ଏପର୍ଯ୍ୟନ୍ତ l ଏହାର ପ୍ରତିବାଦ ରେ ଏହି ଗ୍ରାମର ବାସିନ୍ଦା ପାନୀୟ ଜଳ ସଙ୍କଟ ଦୂର କରିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ଆସି ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝିଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ଗତ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ଗ୍ରାମବାସୀ ଏ ବିଷୟରେ ବ୍ଲକ ଠାରୁ ଜିଲ୍ଲା ପର୍ଯ୍ୟନ୍ତ ପ୍ରଶାସନିକ ଅଧିକାରୀ ଙ୍କୁ ଗୁହାରି କରି ଆସୁଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା କ୍ଷୋଭ ର ସହ ପ୍ରକାଶ କରିଛନ୍ତି। ପ୍ରତିବାଦକାରୀ ମାନେ ବ୍ୟବହାର କରୁଥିବା ଏକ ଦୂଷିତ ପାଣି ବୋତଲ ହାତରେ ଧରି ଆସିଥିବା ନଜର କୁ ଆସିଥିଲା। ଗ୍ରାମ ରେ ପ୍ରାୟ ୩୦୦୦ ଲୋକ ଜଳ କଷ୍ଟ ରେ ଥିବା କହିଛନ୍ତି।ଗାଁ ରୁ ମାତ୍ର ୨ କିଲୋମିଟର ଦୂରରେ ଥିବା ଚିରସ୍ରୋତା ମହାନଦୀ ର ମାଙ୍କଡ ବାହାଲ ଘାଟ ରୁ ପାଇପ ଯୋଗେ ଜଳ ଯୋଗାଣ ସୁବିଧା କରିଦେଲେ ସବୁ ଦିନ ପାଇଁ ଜଳ କଷ୍ଟ ଦୂର ହୋଇ ପାରିବ ବୋଲି ଗ୍ରାମବାସୀ ଙ୍କ ଦୃଢ ଆଶା ରହିଛି । ଏହି ପ୍ରତିବାଦ କାରୀ ଙ୍କ ମଧ୍ୟରେ ଗ୍ରାମ ର ଜଗନ୍ନାଥ ଏସ.ଏଚ.ଜି, ଶ୍ରୀକୃଷ୍ଣ ଏସ ଏଚ ଜି, ରାଧାରାଣୀ ଏସ ଏଚ୍ ଜି ଗ୍ରୁପ ର ବୃନ୍ଦାବତୀ ଭୋଇ, ଭାଗ୍ୟ ବିଶି, ପଙ୍କଜିନୀ ସାହୁ, କୁଲତି ବିଶି, ରୁକ୍ମଣୀ ଘିବେଲା, ସୀତା ମାଝୀ, ସବିତା ସେଠ୍ ଙ୍କ ସହ ଅନେକ ମହିଳା ଓ ବାହାଦୁର ବାଘ୍, ରାଜକୁମାର ସେଠୀ, ଗୌର ହରି କର୍ଣ୍ଣ, ସୁଦାମ ପ୍ରଧାନ, ନରେନ୍ଦ୍ର ହୋତା ଜିଲ୍ଲାପାଳ କାର୍ଯ୍ୟାଳୟ କୁ ଆସି ପ୍ରଶାସନିକ ଅଧିକାରୀଙ୍କୁ ଜଳ କଷ୍ଟ ଦୂର କରିବାକୁ ଗୁହାରି କରି ଯାଇଛନ୍ତି l ଦେଖାଯାଉ ତାଙ୍କର ଗୁହାରି ସରକାର ଶୁଣିପାରୁଛନ୍ତି ନା ନାହିଁ l

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Leave A Reply

Your email address will not be published.