ସାଂସଦ ଓ ବିଧାୟିକା ପ୍ରାର୍ଥୀଙ୍କ ନିର୍ବାଚନ ପ୍ରସ୍ତୁତି ବୈଠକ;ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ବ୍ଲକ ଓ ଏନ୍ଏସି କର୍ମକର୍ତ୍ତା ।
କୋଦଳା,୦୫/୦୪(ପିପିଟି):ଶୁକ୍ରବାର କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ସାଙ୍କୁଡ଼ା ପଞ୍ଚାୟତ ଆରାଧ୍ୟ ଦେବତା ବାବା ଶ୍ରୀ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣ ରେ ଆସ୍କା ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ଓ ବିଧାୟିକା ପ୍ରାର୍ଥୀନୀ ଲତିକା ପ୍ରଧାନଙ୍କ ଉପସ୍ଥିତିରେ ଏକ ନିର୍ବାଚନୀ ପରିଚାଳନା ପ୍ରସ୍ତୁତି ତଥା ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳ କର୍ମକର୍ତ୍ତା ଏବଂ ଜନସାଧାରଣଙ୍କ ପକ୍ଷରୁ ଉଭୟ ପ୍ରାର୍ଥୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବେଳେ ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ କାଉନସିଲର ନିଜ ନିଜ ବକ୍ତବ୍ୟରେ ଉଭୟ ପ୍ରାର୍ଥୀନୀଙ୍କୁ ଗତ ସାଧାରଣ ନିର୍ବାଚନ ଠାରୁ ଢେର ଅଧିକ ଭୋଟରେ ବିଜୟୀ କରାଇବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଲଗାତାର ଦ୍ଵିତୀୟ ଥର ବିଧାୟିକା ଭାବେ ପ୍ରାର୍ଥୀ ହୋଇଥିବା ଲତିକା ପ୍ରଧାନ ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାଂସଦ ଭାବେ ପ୍ରାର୍ଥୀନୀ ହୋଇଥିବା ଭଉଣୀ ରଞ୍ଜିତା ସାହୁଙ୍କୁ ବିପୁଳ ଭୋଟରେ ଜିତାଇବା ପାଇଁ ଅନୁରୋଧ କରିବା ସହିତ ଗତ ନିର୍ବାଚନ ଠାରୁ ବହୁ ଅଧିକ ଭୋଟ ଦେଇ ଉଭୟ ପ୍ରାର୍ଥୀଙ୍କୁ ଲକ୍ଷାଧିକ ଭୋଟରେ ବିଜୟୀ କରିବାକୁ ସଂକଳ୍ପ ନେବାକୁ ଅନୁରୋଧ କରିବା ସହିତ ପ୍ରତ୍ୟକ ନିର୍ବାଚନ ଠାରୁ ଏହି ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀନୀଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରିବାକୁ ଅନୁରୋଧ କରିଥିଲେ । ସାଂସଦ ପ୍ରାର୍ଥୀନୀ ରଞ୍ଜିତା ସାହୁ ନିଜ ବକ୍ତବ୍ୟରେ ଜନସାଧାରଣଙ୍କ ସେବା କରିବା ପାଇଁ ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ଏତେବଡ ଗୋଟିଏ ରାଜନୈତିକ ପ୍ଲାଟଫର୍ମ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଚିର ଋଣୀ ଏବଂ ବାବା ଧବଳେଶ୍ୱର ଏବଂ ଅଞ୍ଚଳ ଜନସାଧାରଣଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ମୋତେ ଯଦି ଆପଣମାନଙ୍କ ସେବା କରିବାର ସୁଯୋଗ ଦିଅନ୍ତି ତାହାହେଲେ ମୋତେ ସାଂସଦ ଏବଂ ଆମ ପ୍ରିୟ ବିଧାୟିକା ଲତିକା ପ୍ରଧାନଙ୍କୁ ଶଙ୍ଖ ଚିହ୍ନରେ ରେକର୍ଡ ସଂଖ୍ୟକ ଭୋଟରେ ଜିତାଇ ଓଡିଶା ରାଜ୍ୟ ଓ ଭାରତ ବର୍ଷରେ ଏହି ନିର୍ବାଚନ ମଣ୍ଡଳୀର ଏକ ସ୍ୱତନ୍ତ୍ର ପରିଚୟ ଶୃଷ୍ଟି କରିବା ପାଇଁ ଅନୁରୋଧ କରିଥିଲେ । ପ୍ରିୟ ବିଧାୟିକା ଲତିକା ପ୍ରଧାନଙ୍କୁ ଦ୍ଵିତୀୟ ଥର ପାଇଁ ବିଧାୟିକା ଏବଂ କୋଦଳା ଅଞ୍ଚଳର ଜଣେ ଝିଅକୁ ସାଂସଦ ଭାବେ ମନୋନୀତ କରିଥିବାରୁ ଜନସାଧାରଣଙ୍କ ଠାରେ ଉତ୍ସାହ ପରିଲକ୍ଷିତ ହୋଇଥିଲା, କୌଣସି ମନୋମାଳିନ୍ୟ, ମତାନ୍ତର ନ ରଖି ଦୁହିଁଙ୍କୁ ୯୦ ହଜାର ରୁ ଉର୍ଦ୍ଧ୍ଵ ଭୋଟରେ ଜିତାଇବା ପାଇଁ ଉପସ୍ଥିତ କର୍ମୀ ସଂକଳ୍ପ ନେଇଥିଲେ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)